ପିପିଲି-କଣାସ କେନାଲ ରାସ୍ତା; ହାତରେ ଉଠିଯାଉଛି ପିଚୁ

0 63

ପିପିଲି,୩୦/୪:ପିପିଲି କଣାସ ବ୍ରାଂଚ କେନାଲ ରାସ୍ତାରେ ଏବେ ପିଚୁ କାମ ଚାଲିଛି । କଂଟି ଠାରୁ ପିଚୁ କାମ ଆରମ୍ଭ ହୋଇଛି । ତେବେ ରାସ୍ତା କାମର ୨୪ଘଂଟା ନପୁରୁଣୁ ଉକ୍ତ ରାସ୍ତାରୁ ପିଚୁ ଉଠିଗଲାଣି । ନକଲି ପିଚୁ ଓ ନିମ୍ନ ମାନର ରାସ୍ତାକାମ ଯୋଗୁ ହାତରେ ପିଚୁ ଉଠିଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଲୋକମାନେ ପିଚୁ କାମର ମାନ ପରଖିବାକୁ ଯାଇ ଦେଖନ୍ତି ଉକ୍ତ ପିଚୁ ହାତରେ ଖୋଳି ହୋଇଯାଉଛି । ପିପିଲି ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତାକୁ ପିଚୁ କାମ କରୁଥିଲା । ଏହି କେନାଲ ରାସ୍ତା ଉପରେ ପିପିଲି, ଡେଲାଙ୍ଗ ଓ କଣାସ ଅଂଚଳର ୧୫ଟି ପଂଚାୟତର ପ୍ରାୟ ୨୦ହଜାର ଲୋକ ନିର୍ଭର କରନ୍ତି । ପ୍ରତିଦିନ ଶହଶହ ଯାନବାହାନ ଏହି ରାସ୍ତାରେ ଚଳପ୍ରଚଳ ହୁଏ । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ନିମ୍ନମାନର କାମ ଯୋଗୁ ସ୍ଥ୍ାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ କାମ କରୁଥିବା ଠିକାଦାରକୁ ଘେରିବା ସହ କାର୍ଯ୍ୟାଦେଶ ଅନୁଯାୟୀ ସଠିକ ଭାବେ କାର୍ଯ୍ୟ ନକଲେ କାମ କରାଇ ଦେବୁ ନାହିଁ ବୋଲି ଚେତାବନି ଦେଇଛନ୍ତି । ଏହି ରାସ୍ତା କାର୍ଯ୍ୟକୁ ନେଇ ସ୍ଥାନୀୟ ଅଂଚଳରେ ରାଜନୈତିକ ଉତେଜନା ଲାଗି ରହିଛି । କାମ କରୁଥିବା ଠିକାଦାରଙ୍କୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସମର୍ଥନ କରୁଥିବାରୁ ସେଠାରେ ସପକ୍ଷବାଦୀ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ପିପିଲି ଉପନିର୍ବାଚନ ନିମନ୍ତେ ଲାଗୁଥିବା ଆଦର୍ଶ ଆଚଚରଣ ବିଧି ଉଲଂଘନ କରାଯାଇ ଉକ୍ତ ରାସ୍ତା କାମ କରାଯାଉଛି ବୋଲି ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତିି । ତେବେ ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯିବ ବୋଲି ବିଭାଗୀୟ ଏସଡ଼ିଓ ଭାବଗ୍ରାହୀ ଦାସ କହିଛନ୍ତି ।

Leave A Reply

Your email address will not be published.