ରାଜ୍ୟରେ ୨୪ଘଣ୍ଟାରେ ଆଉ ୮୬୮୧ ପଜିଟିଭ ଚିହ୍ନଟ

0 66

ଭୁବନେଶ୍ୱର,୩୦/୦୪: ଦିନକୁ ଦିନ ସୁଅ ଭଳି ମାଡ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୮୬୮୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୭୩୩ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୭୪୫ ଜଣ, କଟକରୁ  ୫୭୦ଜଣ, ପୁରୀରୁ ୫୧୪ ଜଣ,ବଲାଙ୍ଗୀରରୁ ୪୫୯ଜଣ ବରଗଡ଼ରୁ ୪୨୩ ଜଣ, ଅନୁଗୁଳରୁ ୪୧୯ଜଣ, ଝାରସୁଗୁଡ଼ାରୁ ୪୧୧ଜଣ, ସମ୍ବଲପୁର ରୁ ୪୧୦ଜଣ,ନବରଙ୍ଗପୁରରୁ ୩୬୮ଜଣ, ଯାଜପୁରରୁ ୩୨୧ଜଣ,ନୂଆପଡ଼ାରୁ ୩୦୪ଜଣ,ମୟୂରଭଞ୍ଜରୁ ୨୨୦ଜଣ,ଗଞ୍ଜାମରୁ ୧୯୮ଜଣ, କଳାହାଣ୍ଡିରୁ ୧୯୫ଜଣ, ନୟାଗଡ଼ରୁ ୧୬୦ଜଣ, ବାଲେଶ୍ୱରରୁ ୧୫୫ଜଣ, ରାୟଗଡ଼ାରୁ ୧୫୧ଜଣ, କେନ୍ଦୁଝରରୁ ୧୪୮ଜଣ,ଗଜପତିରୁ ୧୨୫ଜଣ, କୋରାପୁଟରୁ ୧୧୩ଜଣ,ଭଦ୍ରକରୁ ୧୦୩ଜଣ, ଦେଓଗଡ଼ରୁ ୧୦୨ ଜଣ, ସୋନପୁରରୁ ୯୮ଜଣ, କେନ୍ଦ୍ରାପଡ଼ାରୁ ୮୫ଜଣ, ବୌଦ୍ଧରୁ ୫୭ଜଣ, କନ୍ଧମାଳରୁ ୫୪ଜଣ,ମାଲକାନଗିରିରୁ ୩୪ଜଣ,ଢେଙ୍କାନାଳରୁ ୩୩ଜଣ, ଜଗତସିଂହପୁରରୁ ୨୧ଜଣ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୭୭ଜଣ ରହିଛନ୍ତି ।

Leave A Reply

Your email address will not be published.