ଜାତିସଂଘର ସହାୟତା ଯୋଗାଣକୁ ଅଗ୍ରାହ୍ୟ କଲା ଭାରତ

0 70

ନୂଆଦିଲ୍ଲୀ : ଦେଶରେ ସୁଦୃଢ଼ ବ୍ୟବସ୍ଥା ଥିବା କହି ଜାତିସଂଘ ତା’ର ସମନ୍ୱିତ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଯାଚିଥିବା କୋଭିଡ୍-୧୯ ସମ୍ବନ୍ଧୀୟ ସାମଗ୍ରୀକୁ ଭାରତ ଅଗ୍ରାହ୍ୟ କରିଦେଇଛି ବୋଲି ଜାତିସଂଘର ମହାନିର୍ଦେଶକ ଆଣ୍ଟୋନିଓ ଗଟେରସ୍ଙ୍କର ଜଣେ ମୁଖପାତ୍ର କହିଛନ୍ତି ।

ଜାତିସଂଘ ମୁଖ୍ୟଙ୍କ ଉପମୁଖପାତ୍ର ଫାର୍ହାନ୍ ହକ୍ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଆବଶ୍ୟକ ପଡ଼ିପାରେ ବୋଲି ବିଚାରି ଆମେ ଆମର ସମନ୍ୱିତ ଯୋଗାଣ ଶୃଙ୍ଖଳ ଜରିଆରେ ସହାୟତା ଯାଚିଲୁ । କିନ୍ତୁ ଆମକୁ କୁହାଗଲା ଯେ,ମୁକାବିଲା କରିବା ପାଇଁ ଭାରତର ସୁଦୃଢ଼ ବ୍ୟବସ୍ଥା ଥିବାରୁ ଏବେ ଏସବୁ ଦରକାର ନାହିଁ । କିନ୍ତୁ ଆମ ସହାୟତା ଯୋଗାଇବା ପ୍ରତିଶ୍ରୁତ ପୂର୍ବଭଳି ରହିଛି, ଯେଉଁ ଉପାୟରେ ହେଉ ଆମେ ସାହାଯ୍ୟ କରିବାକୁ ଇଚ୍ଛୁକ । ସଙ୍କଟଜନକ ବାତାବରଣରେ ଜାତିସଂଘରୁ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଭାରତକୁ ଯିବ କି, ବୋଲି ପଚରାଯିବାରୁ ହକ୍ କହିଲେ, ଏ ପର୍ଯ୍ୟନ୍ତ କିଛି ମଗା ଯାଇନାହିଁ । କିନ୍ତୁ ମୁଁ ଯାହା କହିଲି, ଆମର ଲୋକ ଅଛନ୍ତି ।

ଅଭିଯାନ ଓ ପରିବହନ ସମସ୍ୟା ମୁକାବିଲା କରୁଥିବା ଆମ ଲୋକମାନେ ଆବଶ୍ୟକ ହେଲେ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଭାରତସ୍ଥିତ ଆମ ପ୍ରତିପକ୍ଷମାନଙ୍କ ସହ ଯୋଗସୂତ୍ର ରଖିଛୁ । ଆଶା କରୁଛୁ ହୁଏ ତ ସହଯୋଗ ଆବଶ୍ୟକ ପଡ଼ିପାରେ । ସୂଚନାଯୋଗ୍ୟ, ଭାରତ କୋଭିଡ୍-୧୯ ସଂକ୍ରମଣ ଏବଂ ମୃତ୍ୟୁ ସହ ସଂଗ୍ରାମରତ ଥିବା ବେଳେ ଜାତିସଂଘ ଭାରତର ବିଭିନ୍ନ ସ୍ତରର ସରକାରୀ କର୍ତ୍ତୃପକ୍ଷମାନଙ୍କ ସହ ଯୋଗାଯୋଗ ରଖିଛନ୍ତି ।

Leave A Reply

Your email address will not be published.