ବଙ୍ଗ ବାଜି ଜିତିଲା ଟିଏମ୍ସି: ବିଜେପିର ସବୁ ଅଙ୍କ ଫେଲ୍

72

-ଶୁଭେଚ୍ଛା ଜଣାଇଲେ ମୋଦୀ-ନବୀନ

କୋଲକାତା : ଖେଲୋ ହବେ ନା ବିକାଶ ହବେ । ଦିଦି ଓ ଦିଦି । ସମସ୍ତ ଭାଷଣବାଜି, ବୟାନବାଜି, ଆକ୍ଷେପ,ପ୍ରତିଆକ୍ଷେପର ଅନ୍ତ ଘଟିଛି । ପୁଣିଥରେ ବେଙ୍ଗଲରେ ଦିଦିଙ୍କ ଟିଏମ୍ସି ରେକର୍ଡ ରଚିଛି । ମୋଦୀଙ୍କ ଚିକ୍ରାର, ଶାହାଙ୍କ ହୁଙ୍କାର ଏବଂ ନଡ୍ଡାଙ୍କ ରୋଡ ଶୋ’କୁ ଅଧା ରାସ୍ତାରେ ଅଟକାଇ ଦେଇଛନ୍ତି ଦିଦି । ଅବକୀ ବାର ୨୦୦ ପାରର ନାରା ଦେଉଥିବା ବିଜେପି ତିନିଅଙ୍କ ଛୁଇଁବାରେ ବି ବିଫଳ ହୋଇଛି ।

ମା’, ମାଟି, ମାନୁଷର ନାରା ଦେଇ ୨୦୧୧ ମସିହାରେ ଦିଦି ବାମଦଳକୁ ଗାଦିତ୍ୟୁତ କରି କ୍ଷମତା ଅକ୍ତିଆର କରିଥିଲେ । କିନ୍ତୁ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ସତ୍ତେ୍ୱ ପଶ୍ଚିମବଙ୍ଗ ଟିଏମ୍ସିର ଗଡ଼ ବୋଲି ପୁଣିଥରେ ପ୍ରମାଣିତ କରିଦେଲେ । ୨୦୫ରୁ ଅଧିକ ଆସନରେ ବାଜିମାତ କରିବା ସହ ହ୍ୟାଟ୍ରିକ ରଚିଛି ଦିଦିଙ୍କ ଦଳ ଟିଏମସି । ୨୦୧୪ ମସିହାରେ ସାରା ଦେଶରେ ମୋଦି ଲହରୀ । ପ୍ରଧାନମନ୍ତ୍ରୀ ହେବାର ଦୁଇବର୍ଷ ପରେ ଅର୍ଥାତ ୨୦୧୬ ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହୁଏ । କିନ୍ତୁ ଦୁଇ ଅଙ୍କ ଛୁଇଁ ପାରେ ନାହିଁ । ଅବଶ୍ୟ ପୂର୍ବରୁ ବେଙ୍ଗଲରେ ବିଜେପିର ଖାତା ଖତିଆନା ନଥିବାବେଳେ ପ୍ରଥମକରି ତିନୋଟି ଆସନରେ ଖାତା ଖୋଲେ ଦଳ । ବାମଗଡରେ ମଧ୍ୟ ବିଜେପି ୩ ଆସନରେ ପଦ୍ମ ପୁଟାଏ । କିନ୍ତୁ ସେଠାରେ କଂଗ୍ରେସ ୪୪ ଆସନରେ ବିଜୟୀ ହେବା ସହ ବିରୋଧି ଦଳର ଭୂମିକା ନିଭାଏ । ଲେଫ୍ଟଫ୍ରଣ୍ଟ ସିିଆଇଏମ ମଧ୍ୟ ୨୬ ଆସନ ନିଏ ।

୨୦୨୧ ନିର୍ବାଚନ ସମ୍ପୂର୍ଣ୍ଣ ଓଲଟା ଫଳାଫଳ ଦିଏ । ୨୦୨୧ ନିର୍ବାଚନରେ ୨୯୨ ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ମମତାଙ୍କ ଟିଏମ୍ସି ୨୧୫ ଆସନରେ ଆଗୁଆ ଥିବାବେଳେ ବିଜେପି ୭୬ଟି ଓ ଅନ୍ୟ ଗୋଟିଏ ଆସନରେ ଆଗୁଆ ରହିଛନ୍ତି । ବିଜେପିର ଡବଲ୍ ସେଞ୍ଚୁରି ଆଶା ଆଶାରେ ହିଁ ରହିଯାଇଛି । ଉପରୋକ୍ତ ଫଳାଫଳରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଗଢ଼ିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.