ପାରଳାର ୪ଗୋଟି ସାହି ହେଲା କଣ୍ଟେନମେଣ୍ଟ ଜୋନ୍

0 71

ପାରଳାଖେମୁଣ୍ଡି, ୩ା୫ : କରୋନାର ଦ୍ୱିତୀୟ ଲହରୀରେ ଦୈନନ୍ଦିନ ପାରଳା ସହରର ବିଭିନ୍ନ ସାହି ଓ ବସ୍ତିରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ଦିନ ସମଗ୍ର ଜିଲ୍ଲାରେ ବାହାରୁ ଥିବା ମୋଟ ଦୈନନ୍ଦିନ ପଜିଟିଭ୍ ସଂଖ୍ୟାର ଅଧା ସଂଖ୍ୟକ ସହରରେ ଚିହ୍ନଟ ହେଉଛନ୍ତି । ଏହା ଜିଲ୍ଲାପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଅତ୍ୟଧିକ ସଂଖ୍ୟକ ଚିହ୍ନଟ ହେଉଥିବା ସାହି ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରି ସାଧାରଣଙ୍କ ସୁରକ୍ଷା ଉପରେ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ଗତକାଲି ସହରର ଚାରି ଗୋଟି ସାହି ଯଥା- ବସନ୍ତ ବିହାର-୧, ବସନ୍ତବିହାର-୨, ଗୋପିନୀ ସାହି, କେଉଟ ସାହିକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳ ଗୁଡିକ ଆସନ୍ତା ୫ଦିନ ପାଇଁ ସମସ୍ତ ରୋକ ଲଗାଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବାଉଁଶ ବାଡ ତିଆରି କରି ଏହି ଅଞ୍ଚଳକୁ ଯାତାୟତରେ ବାରଣ ଲଗାଇଛି ପ୍ରଶାସନ ।

Leave A Reply

Your email address will not be published.