ଜରୁରୀକାଳୀନ ସେବା ପାଇଁ ୧୦୦ ବଦଳରେ ୧୧୨କୁ ଡାଏଲ କରନ୍ତୁ

0 68

ପାରଳାଖେମୁଣ୍ଡି, ୩ା୫ : ଗଜପତି ଜିଲ୍ଲାରେ ଏଣିକି ୧୦୦ ବଦଳରେ ୧୧୨କୁ ଡାଏଲ କରି ପୋଲିସ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଏନେଇ ଗଜପତି ପୋଲିସ ପକ୍ଷରୁ ସଚେତନତା ମୂଳକ ପୋଷ୍ଟର ଲଗାଯାଉଥିବାର ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ନିର୍ଦ୍ଦେଶନାମା ପ୍ରକାରେ ୧୦୦ ନମ୍ବରକୁ ବଦାଳାଇ ୧୧୨କୁ ଡାଏଲ କରିବା ନିମନ୍ତେ ପୋଷ୍ଟର ଓ ବିଭିନ୍ନ ମାଧ୍ୟମରେ ସଚେତନତା କରାଯାଉଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଜଣାଇଛନ୍ତି ଯେ, ଜରୁରୀ ପରିସ୍ଥିତିରେ ୧୧୨କୁ ଏଣିକି ଡାଏଲ କରିଲେ ତୁରନ୍ତ ପୋଲିସ ସେବା ଜନସାଧାରଣ ପାଇପାରିବେ ତେଣୁ ବର୍ତ୍ତମାନ ଠାରୁ ୧୧୨କୁ ଡାଏଲ କଲେ ଜରୁରୀକାଳୀନ ସେବା ଲବ୍ଧ ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.