ପାରଳା ମୁଖ୍ୟବଜାର ଓ ବିିଭିନ୍ନ ଦୋକାନରେ ପୋଲିସର ସଚେତନତା

0 68

ପାରଳାଖେମୁଣ୍ଡି, ୩ା୫ : କରୋନାରୁ ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନା ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ପ୍ରାୟ ପ୍ରତ୍ୟେକ ଦିନ ଲୋକଙ୍କୁ ଭିନ୍ନ ଭିନ୍ନ ଭାବେ ସଚେତନ କରିଆସୁଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟେକ ଦିନ ପାରଳାଖେମୁଣ୍ଡିର ମୁଖ୍ୟ ବଜାର, ବିଭିନ୍ନ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଲୋକଙ୍କ ଭିଡ ଯେପରି ନଜମେ ତାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରାଯାଉଛି । ପ୍ରତ୍ୟେକ ଠାରେ ସାମାଜିକ ଦୂରତାକୁ ବଜାୟ ରଖିବା ସହ ଲୋକେ ମାସ୍କ ଓ ସାନିଟାଇଜକୁ ବ୍ୟବହାର କରିବାପାଇଁ ଲୋକଙ୍କୁ ସଚେତନ କରାଯାଉଛି ।

Leave A Reply

Your email address will not be published.