ଡ଼ିବିରି ନିଆଁ ଲାଗି ମହିଳା ଗୁରୁତର

0 73

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମ ପଞ୍ଚ।ୟତ ଜାଙ୍ଗଲିପଡା ଗ୍ରାମର ଡାଲିମ୍ବ ନାୟକ(୪୫) ନାମ୍ମୀ ଜଣେ ମହିଳା ଗତ ରାତି ୮ ଟାରେ ପରିବାର ଲୋକଙ୍କ ପାଇଁ ରୋଷେଇ କରୁଥିବା ସମୟରେ ଶାଢୀରେ ଡ଼ିବିରି ନିଆଁ ଲାଗିବା ଫଳରେ ଗୁରୁତର ହୋଇଛନ୍ତି । ତାଙ୍କୁ ପରିବାର ଲୋକେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରି ଥିଲେ । ସେଠାରେ ମହିଳାର ସ୍ୱାସ୍ଥ୍ୟର ଉନ୍ନତି ନଘଟିବାରୁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲ ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ରେଫର କରାଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।

ସେଠାରେ ମହିଳାଙ୍କ ସ୍ୱାସ୍ଥ୍ୟର ଉନ୍ନତି ହୋଇଥିବା ସୂଚନା ଦେଇଛନ୍ତି । ନିଆରେ ପୋଡି ମହିଳାଙ୍କ ୪୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଆହତ ମହିଳା ଜଣଙ୍କ ଗରିବ ଶ୍ରେଣୀର ଲୋକ ହେଇଥିବାରୁ ପ୍ରଶାସନ ତରଫରୁ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.