କାହାଣୀର ମନୋଜ ଦାସ ବିଶେଷାଙ୍କ ଲୋକାର୍ପିତ

78

ଭୁବନେଶ୍ୱର : ବିଜୟ ନାୟକଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ‘କାହାଣୀ’ ର ମନୋଜ ଦାସ ବିଶେଷାଙ୍କ ମଙ୍ଗଳବାର ଦିନ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଲୋକାର୍ପତ ହୋଇଯାଇଛି ।ଏହି ବିଶେଷ ସଂଖ୍ୟାରେ ଦିବଂଗତ କଥାକାର ତଥା ଚିନ୍ତକ ମନୋଜ ଦାସଙ୍କ ସୁନିର୍ବାଚିତ କବିତା, କଥା ଓ କାହାଣୀ , ଭ୍ରମଣ ବୃତାନ୍ତ , ରମ୍ୟ ରଚନା ଓ ସ୍ମୃତି କଥା ଆଦି ସ୍ଥାନିତ ହୋଇଛି ।

ଏଥିରେ ମନୋଜୀୟ ସୃଷ୍ଟି ଓ ସ୍ମୃତି ଆଧାରିତ ଏକାଧିକ ଆଲେଖ୍ୟ ପ୍ରକାଶ ପାଇଛି । କଥାକାର ଦାସ ବେନହୁର, ଡ. ଗୌରହରିଦାସ, ଡ. ଶଶଧର ଦାସ , ଇଂ ପ୍ରଭାକର ସ୍ୱାଇଁ , ଡ. ଇତି ସାମନ୍ତ , ପବିତ୍ର ପାଣିଗ୍ରାହୀ, ଗୋସ୍ୱାମୀ ଗୋଲାମ ଦେବତା , ଅମିତାଭ ଖିଲାର ଓ ଅନ୍ୟମାନେ ବିଭିନ୍ନ ପ୍ରତିବେଦନ ବାଢିଛନ୍ତି । ଏତତବ୍ୟତୀତ ମନୋଜ ଦାସଙ୍କ ସମ୍ପର୍କିତ କିଛି ବିରଳ ଚିତ୍ର ଓ ପତ୍ର ଏହି ପ୍ରତିକା ପୃଷ୍ଠାରେ ସ୍ଥାନ ପାଇଛି । ଭାରତୀୟ କଥା ଓ କାହାଣୀର ମୂର୍ଦ୍ଧନ୍ୟ ମନୀଷୀ ମନୋଜ ଦାସଙ୍କ ସ୍ମୃତି ପ୍ରତି କାହାଣୀ ପରିବାର ତରଫରୁ ଗଭୀର ଶ୍ରଦ୍ଧାଂଜଳୀ ଜ୍ଞାପନ କରାଯାଇଛି । ଲୋକାର୍ପଣ ଅବସରରେ ସମ୍ମାନନୀୟ ଅତିଥି ଭାବରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଯୋଗଦାନ କରିଥିଲେ । 

Comments are closed.