୮ ସିଂହ କରୋନା ପଜିଟିଭ୍

0 69

ହାଇଦ୍ରାବାଦ, ୪ ।୫: ଦେଶରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ । ସଂକ୍ରମଣ ଶିଖରରେ ପହଞ୍ଚିବା ଏବେ ମଧ୍ୟ ବାକି ରହିଛି । କରୋନାରୁ ପଶୁ ମଧ୍ୟ ବର୍ତ୍ତି ପାରିନାହାନ୍ତି । ଦେଶରେ ପ୍ରଥମ ଥର ସିଂହ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି । ହାଇଦ୍ରାବାଦର ନେହେରୁ ଜୁଲୋଜିକଲ ପାର୍କରେ ୮ ଏସିଆ ସିଂହ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୨୯ରେ ସେଣ୍ଟର ଫର ସେଲ୍ୟୁଲର ଆଣ୍ଡ ମଲିକ୍ୟୁଲର ବାୟୋଲୋଜି(ସିସିଏମବି) ନେହେରୁ ଜୁଲୋଜିକଲ ପାର୍କର ଅଧିକାରୀଙ୍କୁ ଆରଟି ପିସିଆର ଟେଷ୍ଟରେ ୮ ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ । ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ତଥା ନିର୍ଦ୍ଦେଶକ ଡାକ୍ତର ସିଦ୍ଧାନନ୍ଦ କୁକରେତି ନା ଏହାର ସୂଚନା ଦେଇଛନ୍ତି ନା ସିଂହ ପଜିଟିଭ୍ ହୋଇଥିବା ଖବରକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଏହା ସତ ଯେ ସିଂହଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି ମାତ୍ର ଆମକୁ ସିଂହ ପଜିଟିଭ୍ ହେବା ରିପୋର୍ଟ ମିଳିବା ବାକି ରହିଛି । ରିପୋର୍ଟ ମିଳିବା ପରେ ହିଁ ଏହି ବିଷୟରେ ବିସ୍ତୃତ ସୂଚନା ଦେଇ ପାରିବୁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତ ବର୍ଷ ନ୍ୟୁୟର୍କର ଏକ ଚିଡିଆଖାନାରେ ୮ ବାଘ ଓ ସିଂହ କରୋନା ପଜିଟିଭ୍ ହୋଇଥିଲେ । ଏପ୍ରିଲ ପଶୁ ଚିକିତ୍ସିକ ଏହି ସବୁ ପଶୁଙ୍କଠାରେ କରୋନା ଲକ୍ଷଣ ଯେମିତି କି ଭୋକ ନଲାଗିବା, ନାକରୁ ପାଣି ବାହାରିବା ଏବଂ କଫ ହେଉଥିବା ଦେଖିବାକୁ ପାଇଥିଲେ । ହାଇଦ୍ରାବାଦର ଏହି ଚିଡିଆଖାନାରେ ୧୨ ସିଂହ ଅଛନ୍ତି, ଯାହାଙ୍କ ବୟସ ପ୍ରାୟ ୧୦ ବର୍ଷ । ଏହି ଘଟଣା ପରେ ଚିଡିଆଖାନାକୁ ସାଧାରଣ ଲୋକଙ୍କ ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ପାର୍କ ଜନବହୁଳ ଅଞ୍ଚଳରେ ରହିଛି । କାରଣ କରୋନା ଭାଇରସ୍ ପବନରେ ବ୍ୟାପୁଥିବାରୁ ଆଖାପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସଂପର୍କରେ ଆସିବାରୁ ସିଂହ ସଂକ୍ରମଣ ହୋଇଛନ୍ତି ।

Leave A Reply

Your email address will not be published.