ଅଲଗା ହେଲେ ବିଲ୍ ଗେଟ୍ସ ଓ ପତ୍ନୀ ମେଲିଣ୍ଡା

0 69

ୱାଶିଂଟନ, ୪ ।୫: ବିଶ୍ୱର ଅନ୍ୟତମ ଧନୀ ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ ପରସ୍ପର ସହ ସବୁ ପ୍ରକାରର ବିବାହ ସମ୍ପର୍କ ଚ୍ଛିନ୍ନ କରିଛନ୍ତି । ବାହାଘରର ଦୀର୍ଘ ୨୭ ବର୍ଷ ପରେ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି । ୧୯୮୭ ମସିହାରେ ମେଲିଣ୍ଡା ମାଇକ୍ରୋସଫ୍ଟ କମ୍ପାନୀରେ ଯୋଗଦେବା ବେଳେ ବିଲ ଗେଟ୍ସଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ପରେ ଏହି ପରିଚୟ ପ୍ରେମ ଓ ଶେଷରେ ବିବାହର ରୂପ ନେଇଥିଲା । ହେଲେ ଦୀର୍ଘ ୨୭ ବର୍ଷ ଏକାଠି ରହିବା ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଉଭୟଙ୍କର ୩ ସନ୍ତାନ ରହିଛନ୍ତି । ସମସ୍ତେ ମିଳିତ ଭାବେ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନକୁ ଚଳାଉଛନ୍ତି । ଆଜି ଗେଟ୍ସ ଦମ୍ପତି ଟ୍ୱିଟ କରି କହିଛନ୍ତି, ଦୀର୍ଘଦିନ ଧରି ଚାଲିଥିବା ଚିନ୍ତନ ଓ ଅନେକ କାମ କରିବା ପରେ ଆମେ ଆମ ବାହାଘର ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛୁ । ବିଗତ ୨୭ ବର୍ଷ ଧରି ଆମେ ୩ ସନ୍ତାନର ଜନକ ହୋଇଛି । ଏହି ସମୟରେ ଆମେ ଏମିତି ଏକ ଫାଉଣ୍ଡେସନ ଗଠନ କରିଛୁ, ଯାହା ସମଗ୍ର ବିଶ୍ୱରେ ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ଜୀବନ ବିତାଇବାରେ ସହଯୋଗ କରୁଛି । ଆମେ ବିଶ୍ୱାସର ସହ କହୁଛୁ ଯେ ଆମେ ଏକାଠି ଫାଉଣ୍ଡେସନ ପାଇଁ କାମ କରିବୁ । କିନ୍ତୁ ଆମେ ଦମ୍ପତି ଭାବେ ଭବିଷ୍ୟତ ଜୀବନରେ ଏକାଠି ଆଗକୁ ବଢ଼ିବୁ ବୋଲି ଆମର ବିଶ୍ୱାସ ନାହିଁ । ଆମେ ପରିବାରର ଗୋପନୀୟତା ଓ ସ୍ପେଶ ଆପଣମାନଙ୍କ ଠାରୁ ଚାହୁଁଛୁ । କାରଣ ଆମେ ଏବେ ନୂଆ ଜୀବନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ । ସୂଚନାଯୋଗ୍ୟ , ୬୫ ବର୍ଷୀୟ ବିଲ ଗେଟ୍ସ ହେଉଛନ୍ତି ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତି । ତାଙ୍କ ପାଖରେ ୧୨୪ ବିଲିୟନ ଡଲାରର ସମ୍ପତ୍ତି ରହିଛି । ବିଲ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ସହ ମିଶି ଗଠନ କରିଥିବା ଫାଉଣ୍ଡସେନ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକଙ୍କୁ ସଂକ୍ରମଣ ରୋଗକୁ ବଞ୍ଚାଇବାକୁ କାମ କରୁଛି । ସେହିପରି ପିଲାମାନଙ୍କ ଟିକାକରଣ ପାଇଁ ମଧ୍ୟ ଏହି ଫାଉଣ୍ଡେସନ କାର୍ଯ୍ୟ କରୁଛି । କରୋନା ସଂକ୍ରମଣ ବେଳେ ଟିକା ଉପରେ ରିସର୍ଚ୍ଚ ଓ ଟିକାଣ ପାଉଁ ଗେଟ୍ସ ଫାଉଣ୍ଡସେନ ପ୍ରାୟ ୧.୭୫ ଦେଇଛି । ବର୍ତ୍ତମାନ ୫୬ ବର୍ଷରେ ପାଦ ଦେଇଥିବା ମେଲିଣ୍ଡା ୧୯୮୭ରେ ମାଇକ୍ରୋସଫ୍ଟରେ ପ୍ରଡକ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ । ନ୍ୟୁୟର୍କରେ ସେହିବର୍ଷ ପ୍ରଥମଥର ପାଇଁ ଗୋଟିଏ ବିଜନେସ ଡିନରରେ ସେ ଓ ବିଲ୍ ଗେଟ୍ସ ଏକାଠି ବସିଥିଲେ । ପରେ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ । ୧୯୯୪ ମସିହାରେ ବିଲ ଓ ମେଲିଣ୍ଡା ବିବାହ କରିଥିଲେ । ଏହି ବିବାହ କାର୍ଯ୍ୟକ୍ରମ ଲାନିଆର ହାୱିଆନ ଦ୍ୱୀପପୁଞ୍ଜରେ ହୋଇଥିଲେ । ଅଜଣା ଅତିଥି କାଳେ ବାହାଘରରେ ପ୍ରବେଶ କରିଯିବେ, ସେଥିପାଇଁ ବିଲ ଗେଟ୍ସ ସମସ୍ତ ସ୍ଥାନୀୟ ହେଲିକରକୁ ଭଡ଼ା ଦେଇ ନିଜ ପାଖରେ ରଖିଥିଲେ । ଗତବର୍ଷ ବିଲ ଗେଟ୍ସ ମାଇକ୍ରୋସଫ୍ଟ ବୋର୍ଡରୁ ଓହରି ଯାଇଥିଲେ ।

Leave A Reply

Your email address will not be published.