ମୃତ୍ୟୁ ପରେ ଶବକୁ ଛୁଇଁ ଲେନି ପରିବାର ଲୋକେ, ଶବ ସତ୍ସ୍କାର କଲେ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ

62

ଗଞ୍ଜାମ : ଭଞ୍ଜନଗରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । କୋଭିଡ କେୟାର ସେଣ୍ଟରେ ଜଣକ ମୃତ୍ୟୁ ହେବା ପରେ ଶବକୁ ଛୁଇଁ ଲେନି ପରିବାର ଲୋକେ । ତିନି ଘଣ୍ଟା ସମୟ ଧରି ଶବ ପଡ଼ି ରହିବା ପରେ ଶେଷରେ ଆଗେଇ ଆସିଲେ ହେଲପିଙ୍ଗ ହେଣ୍ଡ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟମାନେ । ଶବକୁ ମେଡିକଲରୁ ଆଣି ସ୍ମଶାନରେ ଦାହ କଲା ପର୍ଯ୍ୟନ୍ତ ସବୁ କାମ ସୁରୁଖୁରୁରେ ସମ୍ପାଦନ କରିଥିଲେ ।

ମୃତକ ଜଣକ ହେଲେ ସୋରଡ଼ା ସହରର ସୁଶାନ୍ତ ମିଶ୍ର । ସୂଚନା ଅନୁଯାୟୀ ସୁଶାନ୍ତ କିଛିଦିନ ହେଲା ଜ୍ୱର ଖାସରେ ପୀଡିତ ଥିଲେ । ଗତକାଲି ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ । ସେଠାରେ ଅକ୍ସୀଜେନ ନେବାରେ କଷ୍ଟ ଅନୁଭବ କରିବାରୁ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କୋଭିଡ ଲକ୍ଷଣ ଥିବା ଯୋଗୁଁ ତାଙ୍କୁ ଭଞ୍ଜନଗର କୋଭିଡ ସେଣ୍ଟରରେ ରଖାଯାଇଥିଲା ।

ଆଜି ଦିନ ୧୦ଟା ରେ କୋଭିଡ ପରୀକ୍ଷା କରାଯାଇଥାନ୍ତା । କିନ୍ତୁ ପରୀକ୍ଷା କରିବା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ।ପରିବାର ଲୋକେ କରୋନା ଥିବା ସନ୍ଦେହ କରି ଶବକୁ ଛୁଇଁ ନଥିଲେ । ତିନି ଘଣ୍ଟା ଶବ ପଡିରହିଥିବା ଖବର ପାଇ ଭଞ୍ଜନଗରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହେଣ୍ଡର ସଦସ୍ୟମାନେ ଆସି ମହାପ୍ରୟାଣ ଗାଡି ଯୋଗେ ଶବକୁ ସ୍ମଶାନକୁ ନେଇ ସେଠାରେ ଶବ ସତ୍ସ୍କାର କରିଥିଲେ । ଏଭଳି ମହତ କାର୍ଯ୍ୟ କରିଥିବାରୁ ହେଲପିଙ୍ଗ ହେଣ୍ଡର ସଦସ୍ୟ ମାନଙ୍କୁ ସ୍ଥାନୀୟ ଲୋକେ ପ୍ରସଂଶା କରିଛନ୍ତି ।

Comments are closed.