ଗଞ୍ଜାମ ଜିଲ୍ଲାରେ ନୂଆ ୩୧୦ କରୋନା ପଜିଟିଭ୍ ଚିହ୍ନଟ

59

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଆଜି ନୂଆ ୩୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା କରାଯାଉଛି । ଗତକାଲି ଜିଲ୍ଲାରେ ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଆଜି ଏହି ସଂଖ୍ୟା ୩୧୦ ଥିବାରୁ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ଯାହା ଜିଲ୍ଲାପାସୀ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । 
ଏଠାରେ ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ୧୨ ରହିଥିବା ବେଳେ ବର୍ତମାନ ସୁଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୦ ରହିଛି ।

Comments are closed.