ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

0 62

ଭୁବନେଶ୍ୱର : ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ମିଳିଛି ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । ଖଲ୍ଲିକୋଟ କଲେଜ ରାଜ୍ୟର ଏକ ପୁରୁଣା କଲେଜ । ଏହାର ଏକ ସ୍ୱତନ୍ତ୍ର ପରିଚିତି ରହିଛି । ଏଠାରେ ପାଠପଢ଼ିଥିବା ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।

ଖଲ୍ଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଫଳରେ ଦକ୍ଷିଣ ଓଡ଼ିଶା ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇଛି । ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହି ଅନୁଷ୍ଠାନ ଶିକ୍ଷାକ୍ଷେତ୍ରରେ ଏକ ନୂଆ ଯାତ୍ରା ଆରମ୍ଭ କରିବ । ବର୍ତମାନର ସମୟକୁ ଦୃଷ୍ଟିରେ ରଖି ଏହା ଗବେଷଣା ଓ ନୂଆ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରି ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.