ଶପଥ ନେବା ପରେ ଆକ୍ସନ୍ ମୁଡ୍ ରେ ଦିଦି : ଡିଜିପି-ଏଡିଜିଙ୍କ ବଦଳି, ଲାଗିଲା କଡ଼ା କଟକଣା

0 66

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଟିଏମ୍ସି ଅଧ୍ୟକ୍ଷା ମମତା ବାନାର୍ଜୀ ତୃତୀୟଥର ପାଇଁ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ଜଗଦୀପ ଧନଖଡ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ପରେ ଆକ୍ସନ ମୁଡ୍ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ରାଜ୍ୟରେ ଡିଜିପି ଓ ଏଡିଜିଙ୍କ ବଦଳି କରିଦେଇଛନ୍ତି । ଏହାସହ ରାଜ୍ୟରେ ହିଂସା ରୋକିବାକୁ ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା । ନିର୍ବାଚନ ଆୟୋଗଙ୍କ ତରଫରୁ ପଶ୍ଚିମବଙ୍ଗର ଡିଜିପି ନିଯୁକ୍ତ ଥିବା ନିରଜ ନୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ପଠାଇ ଦିଆଯାଇଛି । ଆଉ ଏଡିଜି ଥିବା ଜଗମୋହନଙ୍କୁ ସିଭିଲ ଡିଫେନ୍ସକୁ ପଠାଇ ଦିଆଯାଇଛି ।

ଏହାସହ କରୋନା ମୁକାବିଲା ପାଇଁ ରାଜ୍ୟରେ କରୋନା କଟକଣାକୁ ପୁଣି କଡାକଡି କରାଯାଇଛି । ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ମମତା । ସେହିପରି ଲୋକାଲ ଟ୍ରେନ୍ କାଲିଠୁ ବାତିଲ କରାଯିବ । ଏହାସହ ସକାଳ ୭ରୁ ୧୦ଟା ଯାଏଁ ଓ ସନ୍ଧ୍ୟା ୫ଟାରୁ ୭ଟା ଯାଏଁ ବଜାର ଖୋଲା ରହିବ ବୋଲି ଘୋଷଣା ହୋଇଛି ।

କୌଣସି ସାମାଜିକ ଓ ରାଜନୈତିକ ସଭାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ । ଏହାସହ ରାଜ୍ୟର ନୂଆ ଡିଜିପି ଭାବେ ବିରେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଏଡିଜି ଭାବେ ଜାବେଦ ସମିମଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟରେ ହେଉଥିବା ହିଂସାକୁ ତୁରନ୍ତ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ ।

Leave A Reply

Your email address will not be published.