ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ନିକଟରେ ୮୯ ଲକ୍ଷରୁ ଅଧିକ ଡୋଜ ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ

69

-ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ଦ୍ୱାରା ୨୮ ଲକ୍ଷରୁ ଅଧିକ ଡୋଜ ଗ୍ରହଣ କରାଯିବ

ନୂଆଦିଲ୍ଲୀ : ଭାରତ ସରକାର ଏକ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ସହ ମିଶି କୋଭିଡ-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅଗ୍ରଗାମୀ ରହିଛନ୍ତି । ମହାମାରୀର ନିୟନ୍ତ୍ରଣ ଏବଂ ମୁକାବିଲା ପାଇଁ ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ କୋଭିଡ କୈନ୍ଦ୍ରିକ ବ୍ୟବହାର ବ୍ୟତୀତ, ଏବେ ଟିକାକରଣ ଭାରତ ସରକାରଙ୍କ ପାଂଚ ସୂତ୍ରୀ ରଣନୀତିର ଏକ ଅଭିନ୍ନ ଅଙ୍ଗ ପାଲଟିଛି ।୨୦୨୧ ମେ ୧ରୁ କୋଭିଡ-୧୯ ଟିକାକରଣର ଉଦାର ତଥା ତ୍ୱରିତ ପର୍ଯ୍ୟାୟ ୩ ରଣନୀତିର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇଯାଇଛି ।

ଏପ୍ରିଲ ୨୮ ତାରିଖରୁ କୋଭିଡ ଟିକାକରଣ ପାଇଁ ନୂଆ ଯୋଗ୍ୟ ହିତାଧିକାରୀ ଗୋଷ୍ଠୀଙ୍କର ପଞ୍ଜୀକରଣ ଆରମ୍ଭ ହୋଇଛି । ହିତାଧିକାରୀମାନେ ସିଧାସଳଖ ଭାବେ କୋୱିନ ପୋର୍ଟାଲ ଅଥବା ଆରୋଗ୍ୟ ସେତୁ ଆପ ଜରିଆରେ ପଂଜୀକରଣ କରାଇ ପାରିବେ ।ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ମାଗଣାରେ ପାଖାପାଖି ୧୭.୧୫ କୋଟି (୧୭,୧୫,୪୨,୪୧୦) ଟିକା ଡୋଜ ପ୍ରଦାନ କରିସାରିଲେଣି । ତନ୍ମଧ୍ୟରୁ, ନଷ୍ଟ ହୋଇଥିବା ଡୋଜକୁ ମିଶାଇ ମୋଟ ବ୍ୟବହୃତ ଡୋଜ ସଂଖ୍ୟା ୧୬,୨୬,୧୦,୯୦୫ ହୋଇଛି (ଆଜି ସକାଳ ୮ଟାରେ ଉପଲବ୍ଧ ତଥ୍ୟ ଅନୁସାରେ) ।

ବର୍ତ୍ତମାନ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ନିକଟରେ ୮୯ ଲକ୍ଷରୁ ଅଧିକ କୋଭିଡ ଟିକା ଡୋଜ (୮୯,୩୧,୫୦୫) ଉପଲବ୍ଧ ରହିଛି ଯାହା ଲୋକମାନଙ୍କୁ ଦିଆଯିବ । ନକାରାତ୍ମକ ସନ୍ତୁଳନ ଥିବା ରାଜ୍ୟ ସେମାନଙ୍କୁ ଯୋଗାଣ ହୋଇଥିବା ଟିକା ଠାରୁ ଅଧିକ ବ୍ୟବହାର (ନଷ୍ଟ ସହିତ) କରୁଥିବା ଦେଖିବାକୁ ମିଳୁଛି କାରଣ ସେମାନେ ସଶସ୍ତ୍ର ବଳକୁ ଯୋଗାଇଥିବା ଟିକାକୁ ଏହା ସହିତ ମେଳ ଖୁଆଇ ନାହାନ୍ତି ।ଅଧିକନ୍ତୁ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକ ଦ୍ୱାରା ୨୮ ଲକ୍ଷରୁ ଅଧିକ (୨୮,୯୦,୩୬୦) ଅତିରିକ୍ତ ଟିକା ଡୋଜ ଗ୍ରହଣ କରାଯିବ ।

Comments are closed.