କରୋନା ରୋଗୀଙ୍କ ଭିଡିଓ ଭାଇରଲକୁ ନେଇ ଗଜପତି ପ୍ରଶାସନର ପ୍ରେସ ବିଜ୍ଞପ୍ତି

0 68

ପାରଳାଖେମୁଣ୍ଡି, ୭ା୫ : ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲାରେ ଦେଖିବାକୁ ଗତକାଲି ରାତିରେ ମିଳିଥିଲା । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଣେ ରୋଗୀ ଆର୍.ସୀତାପୁର ସ୍ଥିତ କୋଭିଡ୍ ହସ୍ପିଟାଲରେ ନିଜ ଜୀବନ ବଞ୍ଚାଇବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଆକୁଳ ନିବେଦନ କରୁଥିବାର ଦେଖିବାକୁ ଭିଡିଓ ଭାଇରେଲ ଦେଖିବାକୁ ମିଳିଥିଲା । ଗତ ୩ ଦିନ ହେଲା ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଅନ୍ୱେଷା କୋଭିଡ କେୟାର ସେଣ୍ଟର ଠାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ମଧ୍ୟ ସେଠାରେ ଗୁରୁତର ହେବାରୁ ତାଙ୍କୁ ୫ତାରିଖ ରାତ୍ରରେ ଆର୍.ସୀତାପୁର ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଉତ୍ତମ ଚିକିତ୍ସା ମିଲିନଥିବା ହେତୁ ସେ ବିଧାୟକ, ଗଜପତି ଜିଲ୍ଲାପାଳଏବଂ ଉପଜିଲ୍ଲାପାଳଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ସାମାଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ । ସେଥିରେ ତାଙ୍କୁ ଡାକ୍ତର ତାଙ୍କୁ ଚିକିତ୍ସା କରୁନଥିବା, ସ୍ୱସ୍ଥ୍ୟକର୍ମୀ ଆସୁନଥିବା ଇତ୍ୟାଦି ଅନେକ ଅଭିଯୋଗ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମାଜିକ ଗଣମାଧ୍ୟମରେ ଜୋରଦାର ଭାଇରଲ ହୋଇଥିଲା । ପରେ ଏ ନେଇ ଜିଲ୍ଲା ପ୍ରସାସନ ପକ୍ଷରୁ ଗଣମାଧ୍ୟମ ଜରିଆରେ ଏକ ସ୍ୱଷ୍ଟିକରଣ ଦିଆଯାଇଥିଲା । ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଲ୍ଲେଖ କରାଯାଇଅଛି ଯେ, ଜଣେ କରୋନା ପଜିଟିଭ୍ ଚିହ୍ନଟ ରୋଗୀ (୪୬)ଙ୍କର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରଲ ହେଉଅଛି । ତାଙ୍କୁ କୋଭିଡି ଚିକିତ୍ସାଳୟରେ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଉଅଛି । ତାଙ୍କୁ ଗତ ୦୩.୦୫.୨୦୨୧ ତାରିଖରେ ପାରଳାଖେମୁଣ୍ଡି ଠାରେ କୋଭିଡର ରେପିଡ ଆଣ୍ଟିଜେଣ୍ଟ ଟେଷ୍ଟ କରାଯାଇଥିଲା ଏବଂ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ କୋଭିଡ୍ କେୟାର ସେଣ୍ଟର ଅନ୍ୱେଷାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ତାଙ୍କୁ ଥଣ୍ଡା, କାଶ, ଜ୍ୱର, ନିଶ୍ୱାସ ନେବାରେ ସମସ୍ୟା ଦେଖା ଗଲାପରେ ତାଙ୍କୁ ୫ତାରିଖ ଦିନ ଆର୍.ସୀତାପୁର ସ୍ଥିତ କୋଭିଡ ଚିକିତ୍ସାଳୟକୁ ଉତ୍ତମ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା । କୋଭିଡ ନିୟମ ଅନୁଯାୟୀ ଆର୍.ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲରେ ତାଙ୍କୁ ଅକ୍ସିଜେନର ବ୍ୟବସ୍ଥା କରାଯାଇଥିଲା ଏବଂ ଉତ୍ତମ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ ତାଙ୍କୁ କାଶ ହେଉଥିବା ବେଳେ ତାଙ୍କର ଚିକିତ୍ସା କୋଭିଡ୍ ଚିକିତ୍ସାଳୟରେ ଚାଲୁ ରହିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସହ ତାଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉଥିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି ।

Leave A Reply

Your email address will not be published.