ରନ୍ଧା ମଦ ଜବତ, ଜଣେ ଗିରଫ

0 74


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍ ଦା୍ୱରା ଦେଶୀ ଚୋରା ମଦ କାରବାର ନେଇ ଚଢାଉ କରାଯାଇଥିଲା । ଏଥିରେ ଦେଶୀ ମଦ ତିଆରି ପୋଚ ସହ ଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ, ଗତକାଲି ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ଚଢାଉ କରାଯାଇ ୨୦୦ଲିଟର ପୋଚ ନଷ୍ଟି କରାଯିବା ସହ ୧୩ଲିଟର ରନ୍ଧା ଦେଶୀ ମଦ ଜବତ କରିଥିବାର ଜଣାପଡିଛି । ଏହି ଚଢାଉ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍ର ଏସ୍ଆଇ ବୃନ୍ଦାବନ ମଣ୍ଡଳଙ୍କ ନେତୃତ୍ୱରେ ଏଏସ୍ଆଇ କିଶୋର ଚନ୍ଦ୍ର ରଥ ପ୍ରମୁଖ ସାମିଲ ହୋଇଥିଲେ । ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.