ଗଜପତିରେ ଲକ୍ଡାଉନ୍ର ୩ୟ ଦିନ: ଜିଲ୍ଲା ସାରା ଖାଁ ଖାଁ ।

0 71

ପାରଳାଖେମୁଣ୍ଡି, ୭ା୫ : ଗଜପତି ଜିଲ୍ଲାରେ ଆଜି ଲକ୍ ଡାଉନର ତୃତୀୟ ଦିବସରେ ପ୍ରଶାସନ ଓ ପୋଲିସର ବ୍ୟାପକ ସଜାଗ, ଜନ ସଚେତନତା ଏବଂ ବ୍ୟାପକ ପେଟ୍ରୋଲିଂ ଆଦି ଯୋଗୁଁ ସାରା ଜିଲା ମଧ୍ୟାହ୍ନ ୧୨ଟା ପରେ ଖାଁ ଖାଁ ଦେଖାଯାଇଥିଲା । ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ କୌଣସି ଲୋକ ବାହାରକୁ ବାହାରୁ ନଥିବା ଦେଖାଯାଇଥିଲା । ସମଗ୍ର ଜିଲ୍ଲାରେ ପ୍ରତ୍ୟେକ ଦିନ ସକାଳ ୬ଘଣ୍ଟା ଠାରୁ ୧୨ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର ଆଦି ଖୋଲା ରହୁଥିଲେ ମଧ୍ୟ ପ୍ରଶାସନ ଓ ପୋଲିସର ସଜାଗ ଓ ବିଭିନ୍ନ ସଚେତନ ଯୋଗୁଁ ଲୋକେ ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଏସ୍ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ପୋଲିସ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀ ସାଧାରଣଙ୍କୁ କୋରନାରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ ଭାବେ ସଚେତନ କରି ଆସୁଛନ୍ତି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପାରଳା ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିବା ସହ ଲୋକଙ୍କୁ ସଚେତନ କରୁଥିବାରୁ ଲୋକେ ବାହାରକୁ ବାହାରୁ ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.