ବକ୍ସି ସାହି କଣ୍ଟେନମେଣ୍ଟ ଜୋନ୍ ଘଷୋଣା

0 78

ପାରଳାଖେମୁଣ୍ଡି, ୭ା୫ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କରୋନାର ଦ୍ୱିତୀୟ ଲହରୀ ଦୈନନ୍ଦିନ ସହରର ବିଭିନ୍ନ ସାହି ବସ୍ତିରେ ଏହି ସଂଖ୍ୟା ବୃଦ୍ଧି ପାଉଛି । ସମଗ୍ର ଜିଲ୍ଲାରେ ବାହାରୁଥିବା ମୋଟ ଦୈନନ୍ଦିନ ସଂଖ୍ୟାର ଅଧା ସଂଖ୍ୟକ ସହରରେ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାଇକ୍ରୋ କଣ୍ଟେନ୍ମେଣ୍ଟ କିମ୍ବା ଅଧିକା ସଂକ୍ରମିତ ବାହାରୁ ଥିବା ସାହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷାଣା କରାଯାଉଛି । ଆଜି ସହରର ବକ୍ସି ସାହିକୁ କଣ୍ଟେନ୍ମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ । ଏହି ଅଞ୍ଚଳ ଆସନ୍ତା ୭ଦିନ ଧରି ସମସ୍ତ ଯାତାୟତକୁ ରୋକ ଲଗାଯାଇଛି । କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବାଉଁଶ ବାଡ ତିଆରି କରି ଏହି ଅଞ୍ଚଳକୁ ଯାତାୟତରେ ବାରଣ କରାଯାଇଛି । ଏହି ଅଞ୍ଚଳରେ ସମସ୍ତ ପରିବାରବର୍ଗଙ୍କ ପ୍ରଶାସନ ପକ୍ଷରୁ କରୋନା ପରୀକ୍ଷଣ ଯଥା ଥର୍ମାଲ ଟେଷ୍ଟ, ଆଣ୍ଟିଜେନ ଟେଷ୍ଟ କରାଯାଉଥିବାର ଦେଖିବାକୁ ମିଳିଛି । ଏହାସହ ଅଗ୍ନିଶମ ବିଭାଗର ସହଯୋଗରେ ସାନିଟାଇଜେସନ କରାଯାଉଥିବାର ମଧ୍ୟ ଲକ୍ଷ୍ୟ କରାଯାଇଛି । ସାହି ବାସିନ୍ଦାଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତେ କୋଭିଡ୍-୧୯ ନିୟମ ମୁତାବକ ସତର୍କତା ଅବଲମ୍ବନ କରିବାପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.