ବୁଗୁଡ଼ାରେ ତିନି ଜଣଙ୍କ ଦେହାନ୍ତ, କରୋନା ସନ୍ଦେହ !

0 75

ବୁଗୁଡା_ବୁଗୁଡା ସହରରେ ବସବାସ କରୁଥିବା ତିନି ଜଣଙ୍କ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥାଇ ଆଜି ଅର୍ଥାତ ଗୁରୁବାର ଦିନ ମୃତ୍ୟୁବରଣ କରିଥିବା ଯୋଗୁଁ ସେମାନଙ୍କ କରୋନାରେ ମୃତ୍ୟୁ ଘଟିଥାଇପାରେ ବୋଲି ଜନସାଧାରଣ ସନ୍ଦେହ କରୁଛନ୍ତି। ବୁଗୁଡା ବ୍ଲକ କଳମ୍ବ ଗ୍ରାମର ରଞ୍ଜନ କୁମାର ସେଠୀ ବୁଗୁଡ଼ାରେ ସପରିବାର ରହୁଥିବା ବେଳେ ଭାଗବାନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ପାଞ୍ଚ ଦିନ ପୂର୍ବେ ତାଙ୍କର କରୋନା ପଜିଟିଭି ଚିହ୍ନଟ ହେବାପରେ ସେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହେଲେ ଆଜି ଭୋର ପ୍ରାୟ ୩ ଟା ସମୟରେ ରଞ୍ଜନଙ୍କ ଦେହାନ୍ତ ହୋଇଥିଲା। ସେହିପରି ବୁଗୁଡ଼ାରେ ଟାୟାର ବ୍ୟବସାୟ କରୁଥିବା ଯୁବ ବ୍ୟବସାୟୀ ପ୍ରଣବ ପ୍ରକାଶ ପ୍ରଧାନ ଭୁବନେଶ୍ୱର କିମିସ୍ ର୍ କୋଭିଡ ହସପିଟାଲରେ ଚିକିତ୍ସା ହେଉଥିବା ବେଳେ ଆଜି ଭୋରରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତୃତୀୟ ଜଣକ ହେଲେ ବୁଗୁଡା ମୁଖ୍ୟ ସଡ଼କ ସାହିର ମେଡ଼ିକାଲ ନିକଟରେ ହୋମିଓପ୍ୟାଥିକ କ୍ଲିନିକ କରିଥିବା ଡାକ୍ତର ମନୋଜ କୁମାର ଚୌଧୁରୀ କରୋନା ପଜିଟିଭି ଚିହ୍ନଟ ପରେ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଦେହତ୍ୟାଗ କରିଥିଲେ। ମୃତ୍ୟୁବରଣ କରିଥିବା ସମସ୍ତ ୩ ଜଣ କୋଭିଡ ହସପିଟାଲର ଚିକିତ୍ସା ହେଉଥିବା ଯୋଗୁଁ ଜନସାଧାରଣ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସନ୍ଦେହ ପ୍ରକଟ କରିଛନ୍ତି। ପ୍ରଶାସନ ଜନସାଧାରଣଙ୍କ ସନ୍ଦେହ ଦୂର କରିବା ଆବଶ୍ୟକତା ରହିଛି।

Leave A Reply

Your email address will not be published.