ଭୁବନେଶ୍ୱରରେ ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

0 71

-୨୪ ଘଂଟାରେ ୧୧୧୮ ପଜିଟିଭ୍

 ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି । ଗୁରୁବାର ଦିନ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଂଚଳରୁ ଆଉ ୧୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୪୪୮ କୁ ବୃଦ୍ଧି ପାଇଛି । ଆଜି ୧୮୫ ଜଣ କ୍ୱାରେଂଟାଇନ୍ ମାମଲା ରହିଥିବା ବେଳେ ୯୩୩ ଲୋକାଲ୍ କେସ ରହିଛନ୍ତି ।

ଅପରପକ୍ଷରେ ୨୪ ଘଂଟାରେ ୬୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍ କରାଯାଇଛି । ଆଜି ଚିହ୍ନଟ ହୋଇଥିବା ୯୩୩ ଲୋକାଲ୍ କେସ ଭିତରୁ ସର୍ବାଧିକ ପଟିଆରୁ ୬୮ , ନୟାପଲ୍ଲୀରୁ ୪୮ , ବରମୁଣ୍ଡାରୁ ୪୦ , ଓଲ୍ଡଟାଉନ୍ ରୁ ୩୮ ଜଣ , ଚନ୍ଦ୍ରଶେଖରପୁରରୁ ୩୭ ଜଣ , ଖଣ୍ଡଗିରିରୁ ୩୫,ଡୁମଡୁମାରୁ ୨୭ , ଶୈଳଶ୍ରୀବିହାରରୁ ୨୮, ବମିଖାଲରୁ ୨୫ ,ସୁନ୍ଦରପଦାରୁ ୨୫, ଲକ୍ଷ୍ମୀସାଗରରୁ ୨୪, ୟୁନିଟ ୩ ରୁ ୨୪ ଆକ୍ରାନ୍ତ ରହିଛନ୍ତି । 

ସେହିପରି ପଟିଆରୁ ୧୯ , ଚନ୍ଦ୍ରଶେଖରପୁର ଓ ବରମୁଣ୍ଡାରୁ ୧୧ ଜଣ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛନ୍ତି ।ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୪୮୮ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୪୦୨୮୮ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୯୮୬୧ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୭୮ ରହିଛି ।

Leave A Reply

Your email address will not be published.