ଟ୍ୱିନ ସିଟିରେ ୩୦ ହଜାର ଛୁଇଁପାରେ ଦୈନିକ ସଂକ୍ରମଣ

63

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ମାମଲା ୧୨ହଜାର ଡେଇଁଛି । ଆଗକୁ ଦୈନିକ ସଂକ୍ରମଣ ମାମଲା ୧୫ ହଜାର ଏପରିକି ୩୦ ହଜାର ଛୁଇାଁରେ । କରୋନାକୁ ନେଇ ଏଭଳି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ଏଭଳି ଆକଳନ କରିଛନ୍ତି । ଛୋଟ ଛୋଟ ସହର ସଂକ୍ରମିତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଛି । ମେ’ ୧୫ ପରେ ଭୁବନେଶ୍ୱର, କଟକରେ କରୋନା ପିକକୁ ପହଞ୍ଚିବ । ଦୈନିକ ସଂକ୍ରମଣ ୧୫ ହଜାର ଉପରେ ମାମଲା ଆସିବ । ଏମିତିକି ୩୦ହଜାର ଛୁଇାଁପାରେ ବୋଲି ପୂର୍ବାନୁମାନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ତେବେ ଗ୍ରାମାଞ୍ଚଳରେ ପିକ୍ ବିଳମ୍ବ ହେବ । ଏହି କିଛିଦିନ ହେବ ଗ୍ରାମାଞ୍ଚଳରେ ସଂକ୍ରମଣ ବଢିଛି । ତେଣୁ ଏବେ ଅଧିକ ସଚେତନ ହେବାକୁ ପଡ଼ିବ । ନିୟମ ମାନିବାକୁ ପଡ଼ିବ । ଲକ୍ଡାଉନ୍କୁ ଆହୁରି କଡ଼ାକଡ଼ି ପାଳନ କରିବାକୁ ପଡିବ ବୋଲି ସେ କହିଛନ୍ତି । ଦୈନିକ ସଂକ୍ରମଣ ମାମଲା ୧୫ ହଜାଇ ଛୁଇଁଲେ ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପଡ଼ିବ । ଏବେ ଲକ୍ଡାଉନ୍ ପାଇଁ ସଂକ୍ରମଣ ମାମଲା କମିଛି । ଲକ୍ଡାଉନ୍ ଉଠିଗଲେ ସଂକ୍ରମଣ ମାମଲା ବଢ଼ିବାର ସମ୍ଭାବନା ଥିବା କହିଛନ୍ତି ନିରୋଜ ମିଶ୍ର । ନିୟମ ନମାନିଲେ ସଂକ୍ରମଣକୁ ସମ୍ଭାଳି ହେବନି, ଲୋକେ ସଚେତନ ହୋଇ କଟକଣା ମାନିବାକୁ ସେ କହିଛନ୍ତି ।

Comments are closed.