କରୋନାରେ ଦେଶରେ ଗତ ୨୪ ଘଂଟାରେ ୪,୦୧,୦୭୮ ନୂଆ ମାମଲା

75

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା  ମଧ୍ୟରେ ୪,୦୧,୦୭୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ ୪,୧୮୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୨,୩୪,୦୮୩ ପହଂଚିଛି ।

ଆଜି  ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ  ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୭,୨୩,୪୪୬ ଥିବା ବେଳେ ବର୍ତମାନ ସୁଦ୍ଧା  ୨,୩୮,୨୭୦ ଜଣ ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା  ମଧ୍ୟରେ  କୋବିଡ ପାଇଁ   ୧୮,୦୮,୩୪୪ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା  ୩୦,୦୪,୧୦,୩୪୪ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛିା

Comments are closed.