ଯୁକ୍ତ ୨ ନାମଲେଖାପାଇଁ ପ୍ରବେଶିକା ପରୀକ୍ଷା ନିଷ୍ପତି ହୋଇନାହିଁ : ମନ୍ତ୍ରୀ

0 72

ଭୁବନେଶ୍ୱର : ଯୁକ୍ତ ଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ବର୍ତମାନ କୌଣସି ନିଷ୍ପତି ନିଆଯାଇ ନାହିଁ । ରେଜଲ୍ଟ ଆସିବା ପରେ କଣ କରାଯିବ ନିଷ୍ପତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ କହିଛନ୍ତି । ମେଧାବୀ ଛାତ୍ରଛାତ୍ରୀ ଯେଭଳି ଭଲ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇବେ ସେଥିଲାଗି ପ୍ରବେଶିକା ପରୀକ୍ଷା ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି । ଏଥିସହ ଗତକାଲି ମାଟ୍ରିକ ରେଜଲ୍ଟ ପାଇଁ ଗାଇଡଲାଇନ ପ୍ରକାଶ ପାଇଛି । ଯେଉଁମାନେ ମାଟ୍ରିକ ରେଜଲ୍ଟରେ ସନ୍ତୁଷ୍ଟ ହେବେ ନାହିଁ ସେମାନେ ପୁଣି ପରୀକ୍ଷା ଦେଇପାରିବେ । 

Leave A Reply

Your email address will not be published.