ଓଡ଼ିଶାକୁ ଲାନ୍ସେଟ୍ ର ପ୍ରଶଂସା

76

ଭୁବନେଶ୍ୱର : କୋଭିଡ୍ ସହ ଦେଶ ଲଢ଼ୁଥିବା ବେଳେ ଓଡ଼ିଶା ସମସ୍ତଙ୍କ ବାଟ ଦେଖାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ମହାମାରୀ ମୁକାବିଲାରେ ଓଡ଼ିଶାକୁ ଆଗରେ ରଖିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଦେଶ ସହ ବିଦେଶରେ ବି ନବୀନଙ୍କ ନିଷ୍ପତ୍ତିକୁ ନେଇ ଆମ ରାଜ୍ୟକୁ ପ୍ରଶଂସାର ସୁଅ ଛୁଟିଛି । ଅନ୍ତର୍ଜାତୀୟ ମେଡିକାଲ୍ ଜର୍ଣ୍ଣାଲ ଦି ଲାନ୍ସେଟ୍ର ସମ୍ପାଦକୀୟରେ ଓଡ଼ିଶାକୁ ପ୍ରଶଂସା କରାଯାଇଛି ।

କୋଭିଡର ଦ୍ୱିତୀୟ ପ୍ରବାହରେ ଦେଶ ଯୁଝି ହେଉଛି । ସଂକ୍ରମଣର ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା । ଅନେକ ରାଜ୍ୟ ଅକ୍ସିଜେନ୍ ସଂକଟର ସମ୍ମୁଖୀନ ହୋଇଛନ୍ତି । ଅମ୍ଳଜାନ ଅଭାବରୁ ମହାରାଷ୍ଟ୍ର,ଉତ୍ତରପ୍ରଦେଶ ଆଦି ରାଜ୍ୟରେ ରୋଗୀ ଆଖି ବୁଜୁଛନ୍ତି । ଏସବୁ ସ୍ଥିତିର ମୁକାବିଲା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଉଛି ଓଡ଼ିଶା । ଦି ଲାନସେଟ୍ ପତ୍ରିକା
ଉତ୍ତରପ୍ରଦେଶ, ମହାରାଷ୍ଟ୍ର କୋଭିଡ୍ ପରିଚାଳନା ଓ ପୂର୍ବ ପ୍ରସ୍ତୁତିକୁ ଖରାପ ଦର୍ଶାଇଛି ।

ଅନ୍ୟପଟେ କେରଳ ସହ ଓଡ଼ିଶାକୁ ପୂର୍ବ ପ୍ରସ୍ତୁତି ପାଇଁ ପ୍ରଶଂସା କରିଛି । ଓଡ଼ିଶା ଅଧିକ ଅକ୍ସିଜେନ୍ ଉତ୍ପାଦନ କରିବା ସହ କରୋନାର ଦ୍ୱିତୀୟ ପ୍ରବାହ ବେଳେ ଅନ୍ୟ ରାଜ୍ୟକୁ ଯୋଗାଉଛି । ଏହା ଅନ୍ୟମାନଙ୍କ ଲାଗି ଉଦାହରଣ ବୋଲି ଦି ଲାନ୍ସେଟ୍ରେ କୁହାଯାଇଛି । ଏଥିସହ ମୋଦୀ ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳ ହୋଇଥିବା ବେଳେ ଟ୍ୱିଟର ମାଧ୍ୟମରେ ମହାମାରୀ ନିୟନ୍ତ୍ରଣ କରୁଥିବା ଲେଖିଛି ଦି ଲାନ୍ସେଟ୍ । ବାରମ୍ବାର ବଡ଼ ଉତ୍ସବ,ଅଧିକ ଜନସମାଗମ ଦ୍ୱାରା କରୋନା ବିସ୍ଫୋରଣ ହେବା ନେଇ ଚେତାବନୀ ଦିଆଯାଇଥିଲେ ମଧ୍ୟ ଭାରତ ସରକାର ଶୁଣିନଥିଲେ । ଫଳରେ ସରକାରଙ୍କ କ୍ଷତିକାରକ ପଦକ୍ଷେପ ଯଥା ନିର୍ବାଚନ ଓ ବଡ଼ ବଡ଼ ରାଜନୀତିକ ରାଲିର ଫଳ ଭାରତ ଭୋଗୁଛି ବୋଲି ଦି ଲାନ୍ସେଟ୍ ଲେଖିଛି ।

Comments are closed.