କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି !

71

କଟକ : ରାଜ୍ୟରେ ସଂକ୍ରମଣ ଏବେ ପିକ୍ମୁହାଁ ଥିବା ବେଳେ ସିଲିଭର ସିଟି କଟକରେ ବଢ଼ି ବଢ଼ି ଚାଲିଛି ପଜିଟିଭ ସଂଖ୍ୟା । ଗତକିଛି ଦିନ ଧରି ଦୈନିକ ଏହି ଜିଲ୍ଲାରୁ ୮୦୦, ୯୦୦ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଆଜି ଏହି ସଂଖ୍ୟା ହଜାରେ ଡେଇଁଛି । କଟକ ଜିଲ୍ଲାରୁ ଆଜି କେବଳ ୧୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି କହିଛନ୍ତି ନୋଡାଲ ଅଧିକାରୀ ଉମେଶ ରାୟ ।

ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଏପରି ଆଶଙ୍କା କରାଯାଉଥିବା ବେଳେ ଆଇସିଏମ୍ଆର ବୈଜ୍ଞାନିକମାନେ ଏହା ସ୍ଥିର କରିବେ ବୋଲି ସେ କହିଛନ୍ତି । ଏହାବ୍ୟତୀତ କଟକ ନୋଡ଼ାଲ ଅଫିସର କହିଛନ୍ତି, କଟକରେ କିଛି ଦିନ ଧରି ପଜିଟିଭ ସଂଖ୍ୟା ପାଖାପାଖି ରହୁଥିବାରୁ ଫ୍ଲାର୍ଟନିଙ୍ଗ ଷ୍ଟେଜ୍ରେ ଥିବାର ଅନୁମାନ କରାଯାଉଥିଲା । ମାତ୍ର ଏହା ହଠାତ୍ ବଢ଼ି ଏବେ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୫ରୁ ୬ ଦିନ ଭିତରେ ସଂକ୍ରମଣ ପିକ୍କୁ ଆସିଯିବ । ତା’ ପରେ ଖସିବ ବୋଲି ଅନୁମାନ କରାଯାଉଛି । ମୁଖ୍ୟତଃ ଯେଉଁମାନେ ବାହାରୁ ଫେରୁଛନ୍ତି ସେମାନେ ସଂକ୍ରମଣକୁ ବଢ଼ାଇ ଦେଉଥିବା କହିଛନ୍ତି ନୋଡ଼ାଲ ଅଫିସର ।

Comments are closed.