ସବୁ ଜ୍ୱର କାଶ କରୋନା ନୁହେଁ, ଭୟଭୀତ ହୁଅନ୍ତୁ ନାହିଁ

0 69

ବୁଗୁଡା_ ୦୯/୦୫/୨୦୨୧: ସବୁ ଜ୍ୱର କାଶ ରୋଗୀଙ୍କୁ କରୋନା ସଂକ୍ରମଣ ବୋଲି ଭାବିବା ସମ୍ପୂର୍ଣ୍ଣ ଭୁଲ। ଜନସାଧାରଣଙ୍କ ଧାରଣଯେ ଜ୍ୱର କାଶ ହେଲେ ସରକାରୀ ମେଡ଼ିକାଲକୁ ଗଲେ କୋଭିଡ଼ି ମେଡ଼ିକାଲକୁ ପଠାଇଦେବେ, ତେଣୁ ସେମାନେ କ୍ବାକ ଦ୍ୱାରା ଚିକିତ୍ସିତ ହୋଇ ବହୁ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡିଛି। ଏପ୍ରିଲ ୫ ତାରିଖର ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ବୁଗୁଡା ବ୍ଲକ, ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଚିରିକିପଡା ଗ୍ରାମର ପଞ୍ଚୁ ପ୍ରଧାନ, ପତ୍ନୀ ସବିତା ପ୍ରଧାନ ଓ ପୁଅ ଚିତ୍ରସେନ ପ୍ରଧାନ ୩ ଜଣଙ୍କୁ ଜ୍ୱର ଓ କାଶ ହୋଇଥିଲା। ଅବସ୍ଥା ଗୁରୁତର ହେବା ପରେ ପୁଅ ଚିତ୍ରସେନ ପୋଲସରା ମେଡ଼ିକାଲକୁ ଚିକିତ୍ସା ହେବାକୁ ଗଲେ, ମାତ୍ର ପଞ୍ଚୁ ଓ ସବିତ ସ୍ଵାମୀ ସ୍ତ୍ରୀ ମେଡ଼ିକାଲ ନଯାଇ କ୍ୱାକ ଦ୍ୱାରା ଗ୍ରାମରେ ଚିକିତ୍ସା ହେଲେ। ହେଲେ ଚିତ୍ରସେନ ଚିକିତ୍ସା ପାଇଁ ପୋଲସରା ଯାଇଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ପୋଲସରା ମେଡ଼ିକାଲରେ ଚିତ୍ରସେନଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଛି। ମାତ୍ର ଗ୍ରାମରେ ଚିତ୍ରସେନ ଙ୍କ ବାପା ଓ ମାଆ କ୍ୱାକ ଦ୍ୱାରା ଚିକିତ୍ସା ହୋଇ ମଇ ୫ ତାରିଖ ସକାଳେ ବାପା ପଞ୍ଚୁଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ସବିତାଙ୍କ ଅପରାହ୍ନ ୩ ଟା ସମୟରେ ମୃତ୍ୟୁ ଘଟିଥିଲା। ପଞ୍ଚୁଙ୍କ ଶବ ଦାହ କରିବାକୁ ସାଇଭାଇ ଯାଇଥିବା ବେଳେ ସବିତାଙ୍କ ଶବ ପାଖକୁ କେହି ଗଲେନାହିଁ। ଏପରିକି ନିଜ ଝିଅ ମଧ୍ୟ ମାଆର ଶବ ଛୁଇଁବା ଦୂରକଥା, ଘର ଭିତରକୁ ମଧ୍ୟ ପ୍ରବେଶ କଲେ ନାହିଁ। ଶେଷରେ ବିଡ଼ିଓ ତନ୍ମୟ ପାତ୍ର, ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ଓ ମନୋରଞ୍ଜନ ନାୟକ, ବିପିଏମ ବିଶ୍ଵଜିତ ପ୍ରଧାନ ଏବଂ ସରପଞ୍ଚଙ୍କ ପ୍ରତିନିଧି ମାନସ ପ୍ରଧାନ ଘରୁ ସବିତାଙ୍କ ଶବ ଶ୍ମଶାନକୁ ନେଇ ଦାହ କଲେ। ପୁଣି ପଞ୍ଚୁଙ୍କ ବଡ ଭାଇଙ୍କ ଜ୍ୱର ଓ କାଶ ହୋଇ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ କୋଭିଡ଼ି ଟେଷ୍ଟରେ ନେଗେଟିଭ ବାହାରିଥିବା ବେଳେ ମଇ ୮ ତାରିଖରେ ମୃତ୍ୟୁ ହେବା ଯୋଗୁଁ ଗ୍ରାମକୁ ଆଣି ସଂସ୍କାର କରିଥିଲେ। ମୃତ୍ୟୁ ବରଣ କରିଥିବା ପଞ୍ଚୁ ଓ ସବିତା ଏବଂ ମୃତ୍ୟୁ ବରଣ କରିଥିବା ପଞ୍ଚୁଙ୍କ ବଡ ଭାଇ ଓ ପୁଅ ଚିତ୍ରସେନ ସମସ୍ତଙ୍କ ଜ୍ୱର ଓ କାଶ ଥାଇ କରୋନା ଲକ୍ଷଣ ଦେଖାଦେଇଥିଲେ ମଧ୍ୟ ଯେଉଁ ଦୁଇଜଣ ପଞ୍ଚୁଙ୍କ ବଡ ଭାଇ ଓ ପୁଅର କୋଭିଡ ଟେଷ୍ଟିଙ୍ଗରେ କରୋନା ସଂକ୍ରମଣ ନଥିବା ଚିହ୍ନଟ ହୋଇଥିବା ବେଳେ କୋଭିଡ଼ି ପରୀକ୍ଷା ହୋଇନଥିବା ବେଳେ ମୃତ୍ୟୁ ବରଣ କରିଥିବା ଦମ୍ପତି ପଞ୍ଚୁ ଓ ସବିତା କରୋନାରେ ମୃତ୍ୟୁ ବରଣ କରିଥିବା ପ୍ରଚାର ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଉପରେ ଆଧାରିତ। ବର୍ତ୍ତମାନ ବୁଗୁଡା ଅଞ୍ଚଳରେ ୪୪ ଜଣ ପଜିଟିଭି ଚିହ୍ନଟ ବ୍ୟକ୍ତି ନିଜ ଘରେ ସଙ୍ଗରୋଧରେ ଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଅଗ୍ରଗତି ହୋଇଥିବା ମଇ ୮ ତାରିଖ ସମୀକ୍ଷା ବୈଠକରୁ ଜଣାପଡିଛି। ସେଥିପାଇଁ ଭୟଭୀତ ହେବାର କାରଣ ନାହିଁ ବୋଲି ପ୍ରଶାସନ ପ୍ରକାଶ କରିବା ସହ କରୋନା ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ଓ କୋଭିଡ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶ ମାନି ଚଳିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତକୁ ସାବୁନ ଦ୍ୱାରା ବାରମ୍ବାର ସଫା କରିବା ସହ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଆମେ କରୋନା କୁ ପରାଜୟ କରିପାରିବା। ଏଥିସହ ପ୍ରଶାସନଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ଭୟରେ କୋଭିଡ ଟିକା ଗ୍ରହଣ କରନ୍ତୁ।

Leave A Reply

Your email address will not be published.