ସ୍ୱାସ୍ଥ୍ୟ ବିଭାଗର କଡା ନଜର, ଘରକୁ ଘର ଯାଇ କରୋନା ଯାଞ୍ଚ

0 65

କର୍ଲାମୁଣ୍ଡା ୯/୫(ଡିକେ ନ୍ୟୁଜ) : କରୋନା ରେ ସାରା ବିଶ୍ୱ ଡାକୁଛି ତ୍ରାହି ତ୍ରାହି । ଭାରତ ରେ କ ରୋନା ମିଟର ଦିନକୁ ଦିନ ବଢ଼ିବାରେ ଲାଗିଛି ।ରାଜ୍ୟ ଓ କେନ୍ଦ୍ର ସରକାର କ ରୋନା ର ଚେନ କୁ ଭାଙ୍ଗିବା ପାଇଁ ଅନେକ ପଦକ୍ଷେପ ଗୁଡିକ ହାତ କୁ ନେଇଛନ୍ତି  ସେହି କ୍ରମରେ ସାରା ଓଡ଼ିଶାରେ ଘର ଘର ବୁଲି ସର୍ଭେ  ଚାଲିଛି। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଳକରେ ଶୁକ୍ରବାର ଠାରୁ ଘର  କୁ ଘର  ଯାଇ ସର୍ଭେ ଆରମ୍ଭ ହୋଇଯାଇଛି। ଏଥିପାଇଁ ଏକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ ହୋଇଛି ସେହି ଏକ୍ସନ ପ୍ଲାନ ଅନୁଯାୟୀ  ୭ ତାରିଖ ଦିନ ଯୋରାଡବରା, ୮ ତାରିଖ ଦିନ ସାପଲହରା, ୧୦ ତାରିଖ ଦିନ ରେଗେଡା, ୧୧ ତାରିଖ ଦିନ ବୋରପଦର, ୧୩ ତାରିଖ ଦିନ ରିଂଜା ଓ ସରଗୁଲମାଲପଡା, ୧୪ ତାରିଖ ଦିନ କର୍ଲାମୁଣ୍ଡା, ୧୫ ତାରିଖ ଦିନ ରାଜପୁର, ୧୭ ତାରିଖ ଦିନ ଗଜବାହାଲ, ୧୮ ତାରିଖ ଦିନ ପୌରକେଲା, ୨୦ ତାରିଖ ଦିନ ରିଷିଡା ଓ ୨୧ ତାରିଖ ଦିନ ତେରେସିଂହା ପଂଚାୟତ ଗୁଡିକରେ କରୋନା ଯାଞ୍ଚ ହେବ । କର୍ଲାମୁଣ୍ଡା ବ୍ଳକର ୬୦ ଟି ଗ୍ରାମର ୧୨,୩୦୦ ପରିବାର ପାଖକୁ ଯିବେ ସର୍ଭେ ଟିମ । ଏଇ ସର୍ଭେ ଟିମରେ ଆଶା, ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ସାମିଲ ହୋଇଛନ୍ତି । ବ୍ଳକ ସ୍ତରରେ ଏହାର ସୁପରଭିଜନ କରିବେ ବିଡିଓ, ଭାରପ୍ରାପ୍ତ ମେଡିକାଲ ଅଫିସର, ସିଡିପିଓ, ବି.ପି.ଏମ, ପି.ଏଚ.ଇ.ଓ ଏବଂ ଏସ୍‌ଟିଏସ୍ । ସେହିପରି ପଂଚାୟତ ସ୍ତରରେ ସୁପରଭିଜନ କରିବା ପାଇଁ ପଂଚାୟତ ନିର୍ବାହୀ ଅଧିକାରୀ, ସିଆରସିସି ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ରିର୍ପୋଟିଂ ପାଇଁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦାୟିତ୍ୱ ରହିଛି । ଏଥିସହିତ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରିବା ପାଇଁ ସଂପୃକ୍ତ ଦିନ ପ୍ରତି ପଂଚାୟତରେ ଗୋଟିଏ ଲେଖାଏଁ ପରୀକ୍ଷଣ କେନ୍ଦ୍ର ଖୋଲାଯିବ । ଏଥିରେ ଜନସାଧାରଣ ସହଯୋଗ କରିବାକୁ କର୍ଲମୁଣ୍ଡା ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛନ୍ତି ।Attachments area

Leave A Reply

Your email address will not be published.