ପରିବା ଚାଷୀଙ୍କୁ କରୋନା ମାଡ଼

0 65

ଚନ୍ଦାହାଣ୍ଡି ୦୯/୫(ଡ଼ିକେ ନ୍ୟୁଜ):-ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ପନିପରିବା ଚାଷୀଙ୍କୁ କରୋନା ମାଡ ।କରୋନା କଟକଣା ଓ ଲକଡାଉନ ଯୋଗୁଁ ପନିପରିବା ଚାଷୀ ଅଭାବ ବିକ୍ରିର ଶିକାର ହେଇଥିବା ଅଭିଯୋଗ ହୋଇଛି ।ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ସରକାରୀ ପ୍ରୋତ୍ସାହନ ଯୋଗେଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଚନ୍ଦାହାଣ୍ଡି ବ୍ଲକର ଅନକାବେଡା ପଂଚାୟତର ସନ୍ଧିମୁଣ୍ଡା,ଫଟକି ପଂଚାୟତର ଫଟକି,ଗମ୍ବାରିଗୁଡା ପଂଚାୟତର ଗମ୍ବାରିଗୁଡା, ବେହେରାମୁଣ୍ଡା ପଂଚାୟତର ବାବୁରିଆ, ବେହେରାମୁଣ୍ଡା ଗ୍ରାମର ଚାଷୀମାନେ ଟମାଟର,ବାଇଗଣ, କାକୁଡି,ବୋଇତାଳୁ,ଭେଣ୍ଡି,ବରବଟି ଇତ୍ୟାଦି ପନିପରିବା ଚାଷ କରିଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ କରୋନା ମହମାରୀ ଯୋଗୁଁ ଜାରି ହୋଇଥିବା ଲକଡାଉନ ତଥା କୋଭିଡ କଟକଣା ଯୋଗୁଁ ବଜାର ବନ୍ଦ ରହିଥିବାରୁ ସଠିକ ସମୟରେ ଉଚିତ୍ ମୂଲ୍ୟରେ ପନିପରିବା ବିକ୍ରି କରି ପାରୁନଥିବା ଚାଷୀ ଦିଗାମ୍ବର୍ ମରେଈ,ମନଧର୍ ସମରଥ , ପ୍ରହଲ୍ଲାଦ କେଉଟ,ଜଲଧର୍ ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି।ଏହାଛଡା ଚନ୍ଦାହାଣ୍ଡି ବ୍ଲକର ୧୪ ଟି ପଂଚାୟତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ପନିପରିବା ବ୍ୟବସାୟୀ ଗ୍ରାମାଞ୍ଚଳକୁ ଯାଇ ବ୍ୟବସାୟ କରିବାକୁ ଭୟଭିତ ହେଉଛନ୍ତି।ଫଳରେ ସେମାନଙ୍କ ପନିପରିବା ବିକ୍ରି ହୋଇନପାରି ଜମିରେ ପଡି ନଷ୍ଟ ହେଉଥିବା ଚାଷୀମାନେ କହିଛନ୍ତି। ଏଥିସହ ଚଳିତ ଖରଦିନରେ ତରଭୁଜ୍,କାକୁଡିର ଚାହିଦା ଥିଲେ ମଧ୍ୟ ଲକଡାଉନ ଓ କରୋନା କଟକଣା ଯୋଗୁଁ ତାହା ମଧ୍ୟ ବିକ୍ରି ହୋଇ ନପାରି ବାଡ଼ିରେ ନଷ୍ଟ ହେଉଥିବା ତରଭୁଜ୍ ଚାଷୀ ପ୍ରହଲ୍ଲାଦ କେଉଁଟ ପ୍ରକାଶ କରିଛନ୍ତି।ଋଣ ପରିଶୋଧକୁ ନେଇ ଚିନ୍ତାରେ ପଡ଼ିଥିବା ଚାଷୀ କହିଛନ୍ତି। ଏଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର୍ ଦୃଷ୍ଟି ଦେଇ ସହାୟକ ପ୍ରଦାନ କରିବାକୁ ପନିପରିବା ଚାଷୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.