ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ : ଭାରିଆଣ୍ଟ ଆଗରେ କାମ ଦେବନି ଭ୍ୟାକ୍ସିନ୍ !

0 62

ନୁଆଦିଲ୍ଲୀ : ଗତ ବର୍ଷ ଅକ୍ଟୋବରରେ ଭାରତରେ ଚିହ୍ନଟ ହୋଇଥିବା କରୋନାର ନୂତନ ଭାରିଆଣ୍ଟ ବି.୧.୬୧୭ ଭାରତରେ କରୋନାର ଦ୍ୱିତୀୟ ଲହରୀରେ ତ୍ୱରିତ ସଂକ୍ରମଣ କରୁଛି ଏବଂ ଏହା ଭ୍ୟାକ୍ସିନ୍କୁ ମଧ୍ୟ ଚକ୍ମା ଦେଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ କହିଛନ୍ତି । ସେ ଏଜେନ୍ସି ଫ୍ରାନ୍ସ୍ ପ୍ରେସ୍କୁ ଏକ ସାକ୍ଷାତକାର ଦେଉଥିବା ସମୟରେ ସତର୍କ କରାଇ ଦେଇଛନ୍ତି । ଭାରତରେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହି ଭାରିଆଣ୍ଟର ଭୟାବହତା ଜଣାପଡୁଛି ଏବଂ
ଏହି ଭାରିଆଣ୍ଟ ବହୁତ ସଂକ୍ରାମକ ବୋଲି ସେ କହିଛନ୍ତି ।

ତେବେ ଗତକାଲି ଭାରତରେ ପ୍ରଥମଥର ପାଇଁ ୪୦୦୦ରୁ ଊଦ୍ଧ୍ୱର୍ ଲୋକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବାବେଳେ ୪ଲକ୍ଷରୁ ଊଦ୍ଧ୍ୱର୍ ନୂଆ ସଂକ୍ରମିତ ହୋଇଛନ୍ତି । ଦେଶରେ କରୋନା ମାହାମାରୀର ତାଣ୍ଡବ ଲାଗି ରହିଥିବାବେଳେ ମେଡିକାଲଗୁଡିକରେ କ୍ଷମତାଠାରୁ ଅଧିକ ରୋଗୀ ଭର୍ତ୍ତି ହେଉଥିବା ବେଳେ ଅନେକ ବିଶେଷଜ୍ଞ ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ଲୁଚା ହେଉଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ।

ସ୍ୱାମୀନାଥନ୍ ଯିଏକି ଜଣେ ଭାରତୀୟ ଶିଶୁ ବିଶେଷଜ୍ଞ, ସେ କହିଛନ୍ତି କରୋନାର ବି-୧.୬.୧୭ ଭାରିଅଣ୍ଟ ଗତବର୍ଷ ଅକ୍ଟୋବରରେ ଭାରତରେ ଚିହ୍ନଟ ହେଉଥିବା ବେଳେ ଏହି କାରଣରୁ ଭାରତରେ କରୋନାର ଦ୍ରୁତ ସଂକ୍ରମଣ ହେଉଥିବା ସେ କହିଛନ୍ତି । ତେବେ ଏହି ଭାରିଆଣ୍ଟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାମାନ୍ୟ ଗୁରୁତର ଗୋଷ୍ଠୀରେ ରଖିଛି । ତେବେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ର ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ ସଂଗଠନ ଭାରତୀୟ ଭାରିଆଣ୍ଟକୁ ଗୁରୁତର ଭାରିଆଣ୍ଟ ଗ୍ରୁପରେ ସାମିଲ କରିବାକୁ କହୁଥିବା ବେଳେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା କରିପାରେ ବୋଲି ସେ କହିଛନ୍ତି । କାରଣ ନିକଟରେ ଏହି ଭାରିଆଣ୍ଟ ଭାରତରେ ଦ୍ରୁତ ସଂକ୍ରମଣ କରାଇବା ସହିତ ଭ୍ୟାକ୍ସିନ୍ର କାର୍ଯ୍ୟକାରିତାକୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଇଛି ।

ତେବେ ସେ ଭାରତରେ ଦ୍ରୁତ ସଂକ୍ରମଣ ପାଇଁ ସେ କେବଳ ଭାରତରେ ଚିହ୍ନଟ ଭାରିଆଣ୍ଟକୁ ଦୋଷ ଦେବା ଠିକ୍ ହେବ ନାହିଁ ବୋଲି କହିଛନ୍ତି । କାରଣ ଭାରତରେ ଦ୍ରୁତ ସଂକ୍ରମଣ ପାଇଁ ବିଶାଳ ବିଶାଳ ସଭା ସମିତି ଏବଂ ସାମାଜିକ ଦୂରତାକୁ ପାଳନ ନକରିବା ଏକ କାରଣ ହୋଇପାରେ ବୋଲି ସେ କହିଛନ୍ତି । ଏହା ସହିତ ଭାରତ ଭଳି ଏକ ବଡ ଦେଶରେ ଏବଂ ଯେଉଁଠି ବହୁତ ଜନସଂଖ୍ୟା ବାସ କରୁଛନ୍ତି ଏବଂ ସଂକ୍ରମଣ ପୂର୍ବରୁ ଧୀରେ ଧିରେ ବ୍ୟାପୁଥିବା ସେ କହିଛନ୍ତି । ତେବେ ବର୍ତ୍ତମାନ ଭାରତରେ ଦ୍ରୁତଗତିରେ ଟିକାକରଣ ଚାଲୁଥିବା ବେଳେ ଏହା ପର୍ଯ୍ୟାପ୍ତ ହେବ ନାହିଁ ବୋଲି ସ୍ୱାମୀନାଥନ କହିଛନ୍ତି । କରୋନାର ଏହି ସଂକ୍ରମଣକୁ ମାତ୍ ଦେବା ଲାଗି ସାଧାରଣ ସ୍ୱାସ୍ଥ୍ୟାବସ୍ଥା ଏବଂ ସାମାଜିକ ସଚେତନତା ଜରୁରି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.