ଖାଁ ଖାଁ ବୋରିଗୁମ୍ମା ସହର

0 69

ବୋରିଗୁମ୍ମା:-ସକ୍ରିୟ ହଉଛି କାରନା ର ଦ୍ଵିତୀୟ ଲହର।ସେଥିପାଇଁ କୋରାପୁଟ ଜିଲ୍ଲାରେ ବଳବତ୍ତର ରହିଛି ନାଇଟ କାର୍ଫ୍ୟୁ ସାଙ୍ଗକୁ ସାପ୍ତାହିକ ସର୍ଟଡାଉନ ଏବଂ ୧୪ଦିନିଆ ଲକ ଡାଉନ।କୋରାପୁଟ ଜିଲ୍ଲା  ବୋରିଗୁମ୍ମା ବ୍ଲକରେ ମଧ୍ୟ ଏହାର ପ୍ରଭାବ ପଡିଛି।ପୂର୍ବରୁ ବୋରିଗୁମ୍ମା ରେ ନାଇଟ କର୍ଫ୍ୟୁ ,ଲକ ଡାଉନ ବଳବତ୍ତର ରହିଥିବା ବେଳେ ଆଜିଠୁ  ଦୁଇ ଦିନିଆ ସାପ୍ତାହିକ ସର୍ଟଡାଉନ ମଧ୍ୟ ଫେରିଛି।ଶନିବାର ଓ ରବିବାର ଦୁନି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।ଫଳରେ ରାସ୍ତା ଘାଟ ଖାଁ ଖାଁ  ସାଙ୍ଗକୁ ସୁନସାନ ପାଲଟିଛି ବୋରିଗୁମା ସହର।ଆଜି କୋରାପୁଟ ଜିଲ୍ଲା ରେ  ତୃତୀୟ ସାପ୍ତାହିକ ସଟଡ଼ାଉନ ପାଳନ ହେଉଥିବା ବେଳେ ବୋରିଗୁମ୍ମା ଠାରେ ପ୍ରଥମ ଥର ସର୍ଟଡାଉନ ପାଳନ ହେଉଛି।ଆଜି ସକାଳୁ ସକାଳୁ ବୋରିଗୁମ୍ମା ପୋଲିସ ପକ୍ଷରୁ  କଡାକଡି ଯାଞ୍ଚ କରାଯାଇଥିବ ଦେଖିବାକୁ ମିଳିଥିଲା।କୋରପୁଟ ଜିଲାପାଳ ଅବଦୁଲ ଅଖତାରଙ୍କ ନିର୍ଦ୍ଧେଶ କ୍ରମେ ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀଙ୍କ ତତ୍ୱାଧାନ ରେ ସଟଡାଉନକୁ କଡାକଡି କରାଯାଉଛି।ଶନିବାର ଓ ରବିବାର ଦୁଇଦିନ ଧରି ସମସ୍ତ ଦୋକାନ ବଜାର ବନ୍ଦ,ବିନା କାରଣ ରେ ଘରରୁ ବାହାରକୁବାହାରିବା ମନା ଡ଼ାକବାଜି ଲଗାଇ ସଚେତନ କରିଛି ବୋରିଗୁମ୍ମା ପୋଲିସ। ସେପଟେ ପୋଡ଼ାଶୀ ରାଜ୍ୟରୁ ଆସୁଥିବା ଗାଡି ମାନଙ୍କୁ କଡାକଡି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି ।ଅନ୍ୟପଟେ ସରକାର ଙ୍କ କଭିଡ଼ ନିୟମ କିଭଳି କାର୍ଯ୍ୟକାରୀ ହେବ ସେନେଇ ବୋରିଗୁମ୍ମା ତହସିଲଦାର  ସୁବାସ ଚନ୍ଦ୍ର ରାଇତା ପ୍ରତି ସାହି ଗଳିକନ୍ଦି ରେ ବୁଲି ଚଢ଼ାଉ କରୁଛନ୍ତି।ଅମାନିଆଙ୍କ ବିରୋଧରେ  ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତହସିଲଦାର ସୁବାସ ଚନ୍ଦ୍ର ରାଇତା। ସେପଟେ ଜୀବନ ଆଉ ଜୀବିକା ଉପରେ ପ୍ରଭାବ ପଡୁଥିଲେ ମଧ୍ୟ ସରକାରଙ୍କ ନିୟମକୁ ମାନି ସମସ୍ତେ ନିଜ ନିଜ ଦୋକାନ ବନ୍ଦ କରି କରନା କଟକଣାକୁ ସମ୍ପୂର୍ଣ୍ଣ ମାନି ଘରେ ରହିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.