ମୌଳିକ ସୁବିଧାରୁ ବଞ୍ଚିତ ପ୍ରଶାସନ ର ପୋଷ୍ୟ ଗ୍ରାମ କାନ୍ଦ୍ରାଗୁଡା

0 60

ଚନ୍ଦାହାଣ୍ଡି ୦୯/୫(ଡ଼ିକେ ନ୍ୟୁଜ): ନବରଙ୍ଗପୁର ଜିଲ୍ଲାପାଳଙ୍କ ପୋଷ୍ୟ ଗ୍ରାମ୍ୟ କାନ୍ଦ୍ରାଗୁଡା ଗ୍ରାମ୍ୟରେ ପହଁଚି ପାରିନି ମୌଳିକ ସୁବିଧା । ଏପରି  ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ପୂଜାରୀ ଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାନ୍ଦ୍ରାଗୁଡା ଗ୍ରାମକୁ ନବରଙ୍ଗପୁର ଜିଲ୍ଲାପାଳ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ ।ହେଲେ ଏହି ଗ୍ରାମକୁ ଏ ଯାଏଁ ଶିକ୍ଷା,ସ୍ୱାସ୍ଥ୍ୟ,ଗମନା ଗମନ ଭଳି ମୌଳିକ ସୁବିଧା ଅଦ୍ୟାବଧି ଅପହଞ୍ଚ ହୋଇଥିବା ଗ୍ରାମ୍ୟବାସି କହିଛନ୍ତି । ଏପରିକି ପାନୀୟ ସମସ୍ୟା ମଧ୍ୟ ଲାଗି ରହିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ,ବିଡ଼ିଓକୁ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଭିେଯାଗ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ଗ୍ରାମବାସିଙ୍କ କହିବା ପ୍ରକାରେ, ଏହି ଗ୍ରାମ ଶିକ୍ଷା କ୍ଷେତ୍ରରେ ବହୁ ନିମ୍ନରେ ଥିବାବେଳେ କୌଣସି ଆଦିବାସୀ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି । ଖ୍ରୀଷ୍ଟିଆନ ସାହିର ରାଜେନ୍ଦ୍ର ସୁନା ଏକମାତ୍ର ଗଣଶିକ୍ଷକ ଭାବେ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ଗ୍ରାମର ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛନ୍ତି । ସେହିପରି ଗ୍ରାମରେ ନିଯୁକ୍ତି ଅଭାବରୁ ଅନେକ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି।ଗ୍ରାମର ପ୍ରାୟ ୫୦୦ ମିଟର ଦୂରରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଥିବା ବେଳେ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟରେ ଗ୍ରାମରେ କୌଣସି ବ୍ୟବସ୍ଥା ନାହିଁ । ସ୍ଵାସ୍ଥ୍ୟର ଚିକିତ୍ସା ପାଇଁ ଗ୍ରାମବାସୀ ତେନ୍ତୁଳୀଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଖୁଣ୍ଟିପଦା ଗ୍ରାମରୁ କାନ୍ଦ୍ରାଗୁଡାକୁ ରାସ୍ତା ନିର୍ମାଣ ପାଇଁ ବହୁବାର ଦାବି ହୋଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଉ ନଥିବା ଗ୍ରାମବାସୀ କହିଛନ୍ତି । ଏହା ବ୍ୟତିତ ଗ୍ରାମର ୪୦ ରୁ ଉର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ ସେଥିରୁ ୩୦ ପ୍ରତିଶତ ଲୋକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ସ୍ୱତ୍ତେ ସେମାନେ ଆବସ ଯୋଜନାରେ ଗୃହରୁ ବଞ୍ଚିତ ରହିଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଗ୍ରାମର ଭୀମ ଜାନୀ,ରଘୁ ଜାନୀ,କୁମର ଜାନୀ,ଲଖି ଜାନୀ,ଚଦରୁ ଜାନୀ,ଚନ୍ଦାଲ ଜାନୀ,ବଳି ଜାନୀ,ବିରାଜ କର୍କରା ପ୍ରମୁଖ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ତେନ୍ତୁଳୀଖୁଣ୍ଟି ବିଡ଼ିଓ ପଦ୍ମନାଭ ତ୍ରିପାଠୀ କହିଛନ୍ତି,ଉକ୍ତ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଆକ୍ସନ ପ୍ଲାନ ହୋଇଛି । ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଗ୍ରାମରେ ସରକାରୀ ଜାଗା ନଥିବା ଯୋଗୁଁ ଗ୍ରାମ ମୁଣ୍ଡରେ ନିର୍ମାଣ କରାଯାଇଛି।ଗାଁରେ ଗୋଟିଏ ନଳକୂପ ଥିବା କହିଥିବା ବେଳେ ପାଣିର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଗ୍ରାମରେ ଗ୍ରାମବାସୀ ପାଇଁ ଗୋଷ୍ଠୀ ଗୃହ ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଆବସ ଯୋଜନା ପାଇଁ ଲୋକଙ୍କ ନାମ ପଞ୍ଜିକରଣ ହୋଇଛି,ଅନୁଦାନ ଆସିଲେ କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.