କଏମ୍ବାଟୁରରୁ ଗଳାବାଟରେ ଗଜପତି ପ୍ରବେଶ କରିଥିବା ୧୭ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଗଲା

0 77

ପାରଳାଖେମୁଣ୍ଡି, ୧୦ା୫ : କଏମ୍ବାଟୁରରୁ ଗଳାବାଟ ଦେଇ ଗଜପତି ଜିଲ୍ଲାକୁ ପ୍ରବେଶ କରିଥିବା ୧୭ଜଣଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ କଏମ୍ବାଟୁର ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା କାଶୀନଗର ଏନ୍ଏସିର ସ୍ଥାନୀୟ ୧, ୨ ଓ ୩ ୱାର୍ଡର ୧୭ଜଣ ଦାଦନ ଶ୍ରମିକ ଗତକାଲି କଏମ୍ବାଟୁରୁ ଠାରୁ ଟ୍ରେନ ଯୋଗେ ଆନ୍ଧ୍ରର ବିଶାଖାପାଟଣାକୁ ଆସିଥିଲେ । ସେଠାରୁ ସେମାନେ ଟେକ୍ସିରେ ଆସି ଆନ୍ଧ୍ରର ତାଲଡା ଠାରେ ପହଞ୍ଚିଥିଲେ । ପରେ ବଂଶଧାରା ନଦୀ ଡେଇଁ ଗଳାବାଟରେ ଗଜପତିର କାଶୀନଗର ଠାରେ ଥିବା ନିଜ ନିଜ ଘରେ ପହଞ୍ଚିଥିଲେ । ଏହି ଖବର ପାଇ କାଶୀନଗର ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ଏମାନଙ୍କୁ ଆଣି କାଶୀନଗର ବ୍ଲକ କଲେନୀରେ ଥିବା ସଙ୍ଗରୋଧ କେନ୍ଦ୍ର ରଖିଥିଲେ । ଏମାନଙ୍କ ମେଡିକାଲ ଟେଷ୍ଟ ହୋଇ ନଥିବା ଜଣାପଡିଛି । ସରକାରଙ୍କର ସୂଚନା ମୁତାବକ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବେ । ଏନେଇ କାଶୀନଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ.ସତ୍ୟସମ୍ପର୍ଣ୍ଣ ରାଉତ କହିଛନ୍ତି ଆଜି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାପରେ ଯେଉଁ ମାନଙ୍କ କରୋନା ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଟିଏମସିରେ ଚିକତ୍ସା କରାଯିବ ।

Leave A Reply

Your email address will not be published.