ଗଜପତିରେ ପୁଣି ହାତୀ ଆତଙ୍କ; କାଶୀନଗରବାସୀ ଭୟଭୀତ

0 67

ପାରଳାଖେମୁଣ୍ଡି, ୧୦ା୫ : ଗଜପତି ଜିଲ୍ଲାରେ ପୁଣି ହାତୀ ଆତଙ୍କ ଦେଖାଦେଇଛି । ଏହି ଜିଲ୍ଲାର କାଶୀନଗର ବ୍ଲକ ମହକୁମାର ବଂଶଧାରା ନଦୀର ଅପରପାଶ୍ୱର୍ରେ ରହିଥିବା ଆନ୍ଧ୍ରର କଦଳୀ ଓ ଆଖୁବାଡରେ ହାତୀପଲ ପ୍ରବେଶ କରି ଖାଉଛନ୍ତି । ପରେ ବଂଶଧାରା ନଦୀକୁ ଆସି ପାଣି ପିଇ ବିଶ୍ରାମ ନେଉଛନ୍ତି । ବଂଶଧାରା ନଦୀର ପାଶ୍ୱର୍ରେ ଓଡିଶା ଗଜପତି ଜିଲ୍ଲାର କାଶୀନଗର ବ୍ଲକ ରହିଛି । ଖରାଦିନ ଯୋଗୁଁ ବଂଶଧାରା ନଦୀରେ ପାଣି ଶୁଖି ଆଣ୍ଠୁଏ ପାଣି ରହିଛି । କେତେବେଳେ ଏହି ହାତୀପଲ କାଶୀନଗର ବ୍ଲକ ମହକୁମା ଓ ଏନ୍ଏସି ମଧ୍ୟରେ ପ୍ରବେଶ କରିପାରନ୍ତି ବୋଲି କାଶୀନଗରବାସୀ ପ୍ରକାଶ କରି ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା କହିିଛନ୍ତି । ଏହି ହାତୀପଲରେ ୪ ଗୋଟି ହାତୀ ରହିଛନ୍ତି । ବଂଶଧାରା ନଦୀ ଆନ୍ଧ୍ର ପାଶ୍ୱର୍ରେ ଥିବା ତାଲଡା, କସଲି ଆଦି ଗ୍ରାମର କଦଳୀବାଡ, ଆଖୁବାଡ, ଆମ୍ବତୋଟା ଆଦିରେ ହାତୀମାନେ ବିଭିନ୍ନ ଉପଦ୍ରବ ସୃଷ୍ଟି କରିବା ସହ ଆଖୁ, କଦଳୀ ଓ ଆମ୍ବଡାଳ ଆଦି ଖାଇବା ସହ ବଂଶଧାରା ପାଣି ପିଇ ରହିଛନ୍ତି । ନଦୀର ଓଡିଶା ପାଶ୍ୱର୍ରେ ଗଜପତିର କାଶୀନଗର ମହକୁମା ଓ ଏନ୍ଏସି ରହିଛି । ଏଠାରେ ଆଖୁ, କଦଳୀ, ଆମ୍ବ ଆଦିର ଅନେକ ତୋଟା ରହିଛି । ଏଗୁଡିକ ଖାଇବା ପାଇଁ ହାତୀପଲ କିଛି ପରିମାଣରେ ପାଣିଥିବା ନଦୀରେ ଆନ୍ଧ୍ରରୁ ବାହାରି ଓଡିଶାକୁ ଆସିବା ସମ୍ଭାବନା ରହିଛି ବୋଲି ସାଧାରଣ ପ୍ରକାଶ କରିବା ସହ ଏଥି ନେଇ ପ୍ରଶାସନ ଓ ବନବିଭାଗ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏନେଇ କାଶୀନଗର ବନ କର୍ମଚାରୀମାନଙ୍କୁ ସଜାଗ କରାଯାଇଛି । ହାତୀପଲର ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି । ହାତୀପଲ ଯେପରି ଗଜପତିର କାଶୀନଗରକୁ ପ୍ରବେଶ କରିନପାରନ୍ତି ସେଥିପାଇଁ ବନ କର୍ମଚାରୀ ତୀକ୍ଷଣ ଦୃଷ୍ଟି ରଖିଛନ୍ତି ।

Leave A Reply

Your email address will not be published.