କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୪୮,୪୨୧ ନୂଆ ମାମଲା

0 82

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା  ମଧ୍ୟରେ ୩,୪୮,୪୨୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୪୨୦୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା   : : ୨,୩୩,୪୦,୯୩୮ ପହଂଚିଛି ।

ଆଜି  ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ   ସକ୍ରିୟ ରୋଗୀଙ୍କ ସଂଖ୍ୟା  ୩୭,୦୪,୦୯୯ ଥିବା ବେଳେ ବର୍ତମାନ ସୁଦ୍ଧା   ୨,୫୪,୧୯୭ ଜଣ ମୃତ୍ୟୁ  ବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା  ମଧ୍ୟରେ  କୋବିଡ ପାଇଁ ୧୯,୮୩,୮୦୪ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା  ୩୦,୭୫,୮୩,୯୯୧ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Leave A Reply

Your email address will not be published.