ମାଲକାନଗିରି ଜିଲ୍ଲାର ୧୩ ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

0 65

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ଵୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ୬ଟି ବ୍ଲକ ଓ ମାଲକାନଗିରି ପୌରାଞ୍ଚଳରୁ ଅଧିକ ସଂକ୍ରମିତ ଚି଼ହ୍ନଟ ହୋଇଥିବା ୧୩ ଟି ଗାଁ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କାଲିମେଳା ବ୍ଲକର କୋଇମେତଟଲା ପଞ୍ଚାୟତ ର ଏମ ପିଭି ୩ ୩, ଟିଗଲ ପଞ୍ଚାୟତ ର ଏମଭି ୬୮, ମାଲାଭରମ  ପଞ୍ଚାୟତର ଏମଭି ୮୨, ତେଲରାଇ ପଞ୍ଚାୟତର କୁଞ୍ଜଗୁଡା, ମାଥିଲି ବ୍ଲକର ନାୟକଗୁଡା ଓ ତମୁଗୁଡା, ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି, ଖଇରପୁଟ ବ୍ଲକର ଖଇରପୁଟ, ମାଝୀଗୁଡା ଓ ରାସବେଡା, ଚିତ୍ରକୋଣ୍ଡା ବ୍ଲକର ବଡପଡା ପଞ୍ଚାୟତର ଯାନବାଇ କଲୋନୀ, କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତର ବଡୁଗୁଡା ଏବଂ ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର ୧୫ ରିକଲ୍ଲାମେଶନ କଲୋନୀକୁ ୧୨ /୫ ତାରିଖ ସନ୍ଧ୍ୟା ୫ ଟାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳରେ ପରିସ୍ଥିତି ଉପରେ ନଜର ରଖିବା ସହ ତଦାରଖ କରିବା ପାଇଁ ସ୍ଥାନିୟ ତହସିଲଦାର ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି ।

Leave A Reply

Your email address will not be published.