ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୧୯ ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ବଢି ୨୨୫୧ ହେଲା

0 59

ଭୁବନେଶ୍ୱର :  ରାଜ୍ୟରେ  ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୧୯ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୨୫୧ ହୋଇ ଯାଇଛି ।  ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁୁଗୁଳ ଜିଲ୍ଲାରୁ ୩   ଜଣ, ପୁରୀ     ଓ ସୁନ୍ଦରଗଡରୁ ୨-୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ବାଲେଶ୍ୱର, ବରଗଡ, ଖୋର୍ଧା, ବଲାଙ୍ଗୀର, ବୌଦ୍ଧ, ଗଂଜାମ, ଜଗତସିଂହପୁର କନ୍ଧମାଳ, ମାଲକାନଗିରି, ନୂଆପଡା, ରାୟଗଡା,  ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । 


ଅନୁଗୁଳ ଜିଲ୍ଲାର ଜଣେ  ୫୩ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ଜିଲ୍ଲାର ଜଣେ ୫୩ ବର୍ଷୀୟ ପୁରୁଷ, ଜଣେ ୩୭  ବର୍ଷୀୟ ପୁରୁଷ  ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଛି । ଭୁବନେଶ୍ୱରର ଜଣେ ୭୫ ବର୍ଷୀୟ ପୁରୁଷ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ସେହିପରି ବାଲେଶ୍ୱର ଜିଲ୍ଲାର  ଜଣେ ୩୬ ବର୍ଷୀୟା  ପୁରୁଷ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବରଗଡ  ଜିଲ୍ଲାର ଜଣେ ୪୨  ବର୍ଷୀୟ ପୁରୁଷ କରୋନା  ଆକ୍ରାନ୍ତ ଓ ବୌଦ୍ଧ ଜିଲ୍ଲାର ଜଣେ ୬୫ ବର୍ଷୀୟ  ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ବଲାଙ୍ଗୀର  ଜିଲ୍ଲାର ଜଣେ ୫୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ତଥା ଗଂଜାମ ଜିଲ୍ଲାର ଜଣେ  ୨୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

 ସେହିପରି ଜଗତସିଂହପୁର ଜିଲ୍ଲାର ଜଣେ ୩୫  ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ତଥା କନ୍ଧମାଳ ଜିଲ୍ଲାର ଜଣେ ୫୪  ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ପ କ୍ଷରୁ ସୂଚନା ଦିଆ ଯାଇଛି । ମାଲକାନଗିରି  ଜିଲ୍ଲାର ଜଣେ ୪୫ ବର୍ଷୀୟା ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲାର ଜଣେ ୩୫ ବର୍ଷୀୟା ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ପୁରୀ   ଜିଲ୍ଲାର ଅନ୍ୟ  ଜଣେ  ୪୨ ବର୍ଷୀୟ ପୁରୁଷ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଛି । ପୁରୀ ଜିଲ୍ଲାର ଅନ୍ୟ ଜଣେ ୫୨  ବର୍ଷୀୟ ପୁରୁଷ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ଘଟିଛି । ରାୟଗଡା ଜିଲ୍ଲାର ଜଣେ ୭୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲାର ଜଣେ ୪୭ ବର୍ଷୀୟ କରୋନା ଆକ୍ରାନ୍ତଙ୍କ  ମୃତ୍ୟୁ ଘଟିଛି । ସୁନ୍ଦରଗଡର ଜଣେ ୫୮ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ତଥା ଜଣେ ୫୧  ବର୍ଷୀୟ ମହିଳା    କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.