ନାବାଳିକା ବିବାହକୁ ରୋକିଲା ଗଜପତି ପ୍ରଶାସନ

0 65

ପାରଳାଖେମୁଣ୍ଡି, ୧୪ା୫ : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମରେ ଆଜି ଶୁକ୍ରବାର ହେବାକୁ ଯାଉଥିବା ଏକ ନାବାଳିକା ବିବାହ ସମ୍ପର୍କେ ଚାଇଲ୍ଡ ଲାଇନର ୧୦୯୮ ଜରିଆରେ କୋଲାବ ଚାଇଲ୍ଡ ଲାଇନ ଗଜପତିକୁ ସୂଚନା ଆସିଥିଲା । ସୂଚନା ପାଇବା କ୍ଷଣି କୋଲାବ ଚାଇଲ୍ଡ ଲାଇନର କେନ୍ଦ୍ର ସଂଯୋଜକ ନାଗେଶ୍ୱର ଚୌଧୁରୀ ଉକ୍ତ ବିବାହକୁ ସ୍ଥିଗିତ କରିବା ନିମନ୍ତେ ଜିଲ୍ଲାର ବିଭିନ୍ନ ଅଧିକାରୀ ମାନଙ୍କ ସହ ବିବାହ ସ୍ଥଳରେ ପହଞ୍ôଚଥିଲେ । ଏହି ଦଳରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ସଖୀ ୱାନ୍ ଷ୍ଟପ ସେଣ୍ଟରର କେନ୍ଦ୍ର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ, ଗୁରାଣ୍ଡି ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟ ପ୍ରକାଶ ବାଡତ୍ୟା, ସୁପରଭାଇଜର ସୁଜାତା ଗନ୍ତାୟତ, ସୁରେଶ କୁମାର ଓ ଗ୍ରାମବାସୀ ପ୍ରମୂୁଖ ଯୋଗଦେଇ ବିବାହକୁ ସ୍ଥଗିତ କରିଥିଲେ । ଘଟଣା ସ୍ଥଳରେ ପହଞ୍ôଚ ବିବାହ ହେବାକୁ ଯାଉଥବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରି ଝିଅର ବାପା ମାଁଙ୍କୁ ଆଇନଗତ ଭାବେ ବୁଝାଇଥିଲେ । ନାବାଳିକା ବିବାହର କୁପ୍ରଭାବ ଉପରେ ବିଶଦ ଭାବରେ ମଧ୍ୟ ସୂଚାଇଥିଲେ । ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ରାଉଳ ଝିଅଙ୍କୁ ସମିତି ସମ୍ମୁଖରେ ୧୭ ତାରିଖରେ ଉପସ୍ଥାପନା କରିବା ପାଇଁ ଝିଅର ପିତା ମାତାଙ୍କୁ ନିର୍ଦ୍ଦେଶ ଦେଇ ସେମାନଙ୍କ ଠାରୁ ଝିଅକୁ ୧୮ବର୍ଷ ପୂର୍ତ୍ତି ନ ହେବା ପର୍ଯ୍ୟନ୍ତ ବିବାହ ନ କରିବା ପାଇଁ ଲିଖିତ ପତ୍ରକୁ ଗ୍ରହଣ କରିଥିଲେ ।

Leave A Reply

Your email address will not be published.