ଗଜପତିରେ ପୁଣି ୧୧୫ ପଜିଟିଭ୍ ଚିହ୍ନଟ

0 67

ପାରଳାଖେମୁଣ୍ଡି, ୧୪ା୫ : ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାରେ ନାମ ନେଉନାହିଁ । ଜିଲ୍ଲାରେ କ୍ରମାଗତ ଭାବେ ଗତ କିଛି ଦିନ ହେଲା ଶତାଧିକ ସଂଖ୍ୟାରେ କରୋନା ସଂକ୍ରମଣକାରୀ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ଆଜି ୧୧୫ଜଣଙ୍କୁ ମିଶାଇ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୬୮୧୦ରେ ପହଞ୍ôଚଛି । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପଜିଟିଭ୍ଙ୍କ ସଂଖ୍ୟା ଆଜିବି ସର୍ବାଧିକ ୫୧ ରହିଛି । ସେହିପରି ଜିଲ୍ଲାର ଗୋଷାଣୀ ବ୍ଲକରୁ ୮ଜଣ, ଗୁମ୍ମା ବ୍ଲକରୁ ୫ଜଣ, କାଶୀନଗର ବ୍ଲକରୁ ୧୧ଜଣ, ମୋହନା ବ୍ଲକରୁ ୨୬ଜଣ, ନୂଆଗଡ ବ୍ଲକରୁ ୩ଜଣ, ରାୟଗଡ ବ୍ଲକରୁ ୨ଜଣ, ଆର୍.ଉଦୟଗିରି ବ୍ଲକରୁ ୮ଜଣ ଏବଂ ଆନ୍ଧ୍ର ପ୍ରଦେଶରୁ ଆସିଥିବା ଜଣେ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି ।

Leave A Reply

Your email address will not be published.