ଗଜପତି କ୍ୱାରେଣ୍ଟାଇନରୁ ଚମ୍ପଟ ଅନ୍ତେବାସୀ କଲା ଆତ୍ମ ସମର୍ପଣ

0 48

ପାରଳାଖେମୁଣ୍ଡି, ୧୪ା୫ : ଗଜପତି ଜିଲ୍ଲା ମୋହନା ବ୍ଲକର ଲୁହାଗୁଡି ଆଦିବାସୀ ହାଇସ୍କୁଲରେ ଚାଲୁରହିଥିବା କ୍ୱାରେଣ୍ଟାଇନ ବା ସଙ୍ଗରୋଧ କେନ୍ଦ୍ରରୁ ଜଣେ ଅନ୍ତେବାସୀ କାନ୍ଥ ଡେଇଁ ଚମ୍ପଟ ମାରିଥିଲା । ୩ୟ ଦିନରେ ଏହି ଅନ୍ତେବାସୀ ପ୍ରଶାସନିକ ଅଧିକାରୀଙ୍କ ଅନୁରୋଧ କ୍ରମେ ଅଡବା ଥାନାରେ ନିଜକୁ ଆତ୍ମସମର୍ପଣ କରିବା ପରେ ପୁଣି ସେହି ସଙ୍ଗରୋଧ କେନ୍ଦ୍ରକୁ ଫେରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଲୁହାଗୁଡି କ୍ୱାରେଣ୍ଟାଇନରେ ଆନ୍ଧ୍ରରୁ ଆସି ଅନ୍ତେବାସୀ ଭାବେ ଥିବା ନରେନ୍ଦ୍ର ବିଶୋୟୀ ହାଇସ୍କୁଲ ପାଚେରୀ ପ୍ରାୟ ୬ରୁ୭ ଫୁଟ ଡେଇଁ ଚମ୍ପଟ ମାରିଥିଲା । ଏହି ଘଟଣା ଜିଲ୍ଲା ପ୍ରଶାସନ ଜାଣିବା କ୍ଷଣି ଚମ୍ପଟ ଅନ୍ତେବାସୀଙ୍କ ବିରୁଦ୍ଧରେ ଗତକାଲି ମାମଲା ରୁଜୁ କରାଯାଇଥିଲା । ସମ୍ପୃକ୍ତ ଅନ୍ତେବାସୀ ଜଣକ ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ଗ୍ରାମ ପଞ୍ଚାୟତର ଘାସପଦା ଗ୍ରାମର ବାସୀନ୍ଦା ବୋଲି ପ୍ରଶାସନ ଜାଣିବା ପରେ ମୋହନା ଅତିରିକ୍ତ ତହସିଲଦାର ଆଶିଷ ପ୍ରଧାନ ଏବଂ ବ୍ଲକ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟଙ୍କୁ ଅନ୍ତେବାସୀକୁ ଫେରାଇ ଆଣିବା ଦାୟିତ୍ୱ ଦେଇଥିଲେ । ଏଥିରେ ଏହି ଦୁଇଜଣ ସରକାରୀ କର୍ମଚାରୀ ନରେନ୍ଦ୍ର ବିଶୋୟୀଙ୍କ ଘରେ ପହଞ୍ôଚ ତାଙ୍କ ପରିବାର ସଦସ୍ୟାଙ୍କ ସହ ତାଙ୍କୁ ସବୁକିଛି ଟିକିନିଖି ବୁଝାଇବା ପରେ ସେ ଅଡବା ଥାନାରେ ନିଜକୁ ସମର୍ପଣ କରିଥିଲେ । ଅଡବା ଥାନାରୁ ସମ୍ପୃକ୍ତ ଅନ୍ତେବାସୀଙ୍କୁ ପୁଣି ଲୁହାଗୁଡି ସଙ୍ଗରୋଧ କେନ୍ଦ୍ରକୁ ଫେରାଇ ଅଣାଯାଇଥିଲା ।

Leave A Reply

Your email address will not be published.