ସାମାଜିକ ଦୂରତା ରଖି ବିହନଛିନା ପର୍ବ ପାଳିତ

0 65

ଚନ୍ଦାହାଣ୍ଡି ୧୪/୫(ଡ଼ିକେ ନ୍ୟୁଜ): ଚଳିତ ବର୍ଷ କରୋନା ମହାମାରୀ ପ୍ରକୋପରେ ବହୁ ରାଜନୀତି,ପରମ୍ପରାରେ ବ୍ୟତିକ୍ରମ ଦେଖାଦେଇଛି।ମଣିଷ ବାଧ୍ୟ ହୋଇଛି ସବୁ ରାଜନୀତିକୁ କିଛିଦିନ ପାଇଁ ଭୁଲିଯାଇ କରୋନା ମହାମାରୀ ବିରୋଧରେ ଲଢ଼ିବା ପାଇଁ । ତେବେ ଗ୍ରାମାଞ୍ଚଳରେ ଚାଷୀ କୂଳ ଙ୍କ ପରମ୍ପରା ,ଯାନିଯାତ୍ରା ଅତି ନିଆରା ଢଙ୍ଗରେ ପାଳନ କାରାଯାଇଥାଏ।କୃଷି ଓ କୃଷକର ଆଦ୍ୟ ପର୍ବ ଭାବେ  ବିହନଛିନା ପର୍ବ ପରିଚିତ । ଏହି ଅବସରରେ ଚାଷୀ ଗ୍ରାମ୍ୟ ପୂଜାରୀଠାରୁ ବିହନ ଗ୍ରହଣ କରି ନିଜ ନିଜର ଚାଷ କାର୍ଯ୍ୟର  ଶୁଭାରମ୍ଭ କରିଥାନ୍ତି।ବିହନଛିନା ପୂର୍ବଦିନ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଠାକୁରାଣୀଙ୍କ ପୀଠରେ ପିତା ବିହନ ପର୍ବ ପାଳନ ପରେ ଗ୍ରାମର ଜଙ୍ଗଲିଆ ଆସ୍ଥାନରେ ତା’ ପରଦିନ ବିହନଛିନା ଯାତ୍ରାରେ ସମସ୍ତ ଚାଷୀ ଏକତ୍ରିତ ହୋଇ କାଦୁଅ ବୋଳାବୋଳି ହୋଇ ବଳିପୂଜା ପୂର୍ବକ ଗ୍ରାମଦେବୀଙ୍କୁ ସନ୍ତୁଷ୍ଟ କରି ସେଠାରେ ଭୋଜିଭାତ କରି ଖାଇଥାନ୍ତି ଓ ସମସ୍ତେ ଅନୁକୂଳ ହୋଇଥିବା ପୁଡୁଗକୁ ନିଜ ଘରକୁ ଆଣିଥାନ୍ତି ।ଏହାପରେ ଗୃହରେ ମହିଳା ଅନୁକୂଳ ହୋଇଥିବା ପୁଡୁଗ ଓ ରାଶି ଅନୁକୂଳ ଥିବା ବ୍ୟକ୍ତିଙ୍କୁ ବନ୍ଦାପନା ଦେଇ ସ୍ୱାଗତ କରିବାର ପରମ୍ପରା ରହିଛି।ହେଲେ ସତେ ଯେମିତି ମହାମାରୀ କରୋନା ସବୁ ପରମ୍ପରା ଓ ସଂସ୍କୃତିକୁ ପଛରେ ପକେଇ ଦେଇଛି।ଅଙ୍କରକୁମ ଠାରୁ ଆରମ୍ଭ ହୋଇଥିବା ଏହି ଚାଷୀ ସମାଜର ଆଦ୍ୟ ପର୍ବ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ବିନା ଗହଳଚହଳରେ ସାମାଜିକ ଦୂରତ୍ୱ ରକ୍ଷାକରି ପାଳନ କରାଯାଇଛି।ଆଜି ଚନ୍ଦାହାଣ୍ଡି ବ୍ଲକ ଅନକାବେଡା,ନୂଆପଡା ଓ ଜରାବନ୍ଧ ଗ୍ରାମ୍ୟ ପୂଜକ ଭୁଜବଳ ଅଣ୍ଟି ଓ ଗ୍ରାମ୍ୟ ଗାଉଁଟିଆ ନିମାଇଁ ଚରଣ ପାଣ୍ଡେ ଙ୍କଠାରୁ କିଛି ହାତ ଗଣତି ଚାଷୀ ଗଙ୍ଗାରାମ ଅଣ୍ଟି, ମୋତିଲାଲ୍ ପାଣ୍ଡେ,ବଦନରାମ ପାଣ୍ଡେ,ଛୋଟେଲାଲ୍ ପାଣ୍ଡେ,ମୀନକେତନ୍ ଦାସ,ଘାସିରାମ ମାଝୀ,ତ୍ରିଲୋଚନ ପାଣ୍ଡେ,ଜଗବନ୍ଧୁ ପାଣ୍ଡେ,ନୀଳାମ୍ବର ମାଝୀ,ଭକ୍ତ ନାଗ ପ୍ରମୁଖ ବିହନ ଗ୍ରହଣ କରିଥିଲେ।

Leave A Reply

Your email address will not be published.