ପୂର୍ଣ୍ଣ ଚନ୍ଦ୍ରପ୍ରଧାନ ବାଲିପଦର ପୋଲିସ ଫାଣ୍ଡିର ନୂତନ ପୋଲିସ୍ ଅଧିକାରୀ ନିଯୁକ୍ତ

0 79

ବୁଗୁଡା : ବାଲିପଦର ଏକ ଗ୍ରାମ୍ୟ ସହର ଏହି ଅଞ୍ଚଳର ବାଇଶିଟି ଗାଁ’କୁ ନେଇ ଦୀର୍ଘ ୩୪ବର୍ଷ ହେଲା ଏକ ପୋଲିସ୍ ଫାଣ୍ଡି ପ୍ରତିଷ୍ଠା ହୋଇ ଅଞ୍ଚଳର ଆଇନ ଶୃଙ୍ଖଳା କ୍ଷେତ୍ରରେ ବେଶ୍ ସହାୟକ ହୋଇ ପାରିଛି । ସାମୟିକ ଭାବରେ ବହୁ ଦକ୍ଷ ପୋଲିସ ଅଧିକାରୀ ଏଠାରୁ ବଦଳି ହୋଇ ଯାଇଥିବା ବେଳେ ଏହି ଫାଣ୍ଡିରେ ବେଶ ଲୋକପ୍ରିୟ ଓ.ଆଇ.ସି ଭଗବାନ ପୂଜାରୀଙ୍କ ବଦଳୀ ପରେ ନୀରଞ୍ଜନ ଦାସ ଦାୟିତ୍ଵ ବହନ କରିଥିଲେ ବର୍ତ୍ତମାନ ଶ୍ରୀ ଦାସ ପଦୋନ୍ବିତ ହୋଇ ଇନିସ୍ପେକ୍ଟର ଭାବେ କଟକ ବଦଳି ହୋଇଯିବା କାରଣରୁ ନୂତନ ଭାବେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କୁ ବାଲିପଦର ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ପ୍ରଧାନ ପୂର୍ବରୁ ଦଶପଲାରୁ ଆସି ବୁଗୁଡ଼ା ଥାନାରେ ଅବସ୍ଥାପିତ ଥିଲେ । ସମ୍ପ୍ରତି ମହାମାରୀ କୋରନା ଦାରୁରେ ଏହି ଅଞ୍ଚଳ ଆତଙ୍କିତ ଥିବାବେଳେ ଏହାର ସୁପରିଚାଳନା ପାଇଁ ନୂତନ ଫାଣ୍ଡି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପୂର୍ବ ପୋଲିସ ଅଧିକାରୀ ମାନଙ୍କ ପନ୍ଥା ଅନୁସରଣ କରି ଅଞ୍ଚଳର ଆଇନ ଶୃଙ୍ଖଳା ବଜାୟ ରଖିବେ ବୋଲି ଅଞ୍ଚଳ ବାସୀ ଆଶା ରଖିଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ବାଲିପଦର ଅଞ୍ଚଳରେ ଲୋକପ୍ରିୟ ପୋଲିସ ଅଧିକାରୀ ଥିବା ଭଗବାନ ପୁଜାରୀ ରାଉରକେଲାରେ ନୀରିକ୍ଷକ ଭାବେ ନିଯୁକ୍ତ ପାଇଛନ୍ତି ।

Leave A Reply

Your email address will not be published.