ପିଏମ-କିଷାନ ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

0 74

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି । । ଏହାଦ୍ୱାରା ୯.୫ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ ୧୯ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ହିତାଧିକାରୀ କୃଷକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଥିଲେ । ଏହି ଅବସରରେ ସେ ଚାଷୀ ମାନଙ୍କର ଅନୁଭୂତିଙ୍କୁ ମଧ୍ୟ ଶୁଣିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ ପିଏମ-କିଷାନ ଯୋଜନା ଅଧୀନରେ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ତିନୋଟି ସମାନ କିସ୍ତି ଅର୍ଥାତ ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ଏହି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ସ୍ଥାନାନ୍ତରିତ କରାଯାଏ । ଏହି ଯୋଜନା ମାଧ୍ୟମରେ ଆଜିସୁଦ୍ଧା ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.