ରାଜ୍ୟରେ ଗୋଟିଏ ଦିନରେ ୧୧୮୦୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୮୮୬୮୭

62

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୪୯୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୯୧୬୭୪ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ୧୦୬୪୭୧ ରହିଛି । ଆଜି ଚିହ୍ନଟ ହୋଇଥିବା ୧୧୮୦୫ ଜଣଙ୍କ ମଧ୍ୟରୁ ୬୬୧୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି ।

ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୪୧୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।ଗତ ୨୪ ଘଂଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୬୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୦୩ ଜଣ, ବରଗଡ଼ରୁ ୪୨୧ ଜଣ, ଭଦ୍ରକରୁ ୩୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ୩୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ ୨୪୬, କଟକରୁ ୧୧୯୭ ଜଣ, ଦେବଗଡ ଜିଲ୍ଲାରୁ ୧୦୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୮୦ ଜଣ, ଗଜପତି ଜିଲ୍ଲାରୁ ୧୧୫, ଗଞ୍ଜାମରୁ ୩୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାରୁ ୨୭୪ ଜଣ, ଯାଜପୁରରୁ ୩୯୨ଜଣ, ଝାରସୁଗୁଡ଼ାରୁ ୩୨୭ ଜଣ, କଳାହାଣ୍ଡିରୁ ୩୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୮୩ ଜଣ. କେନ୍ଦ୍ରାପଡ଼ାରୁ ୧୪୭ ଜଣ, କେନ୍ଦୁଝରରୁ ୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୪୧୪ ଜଣ, କୋରାପୁଟରୁ ୧୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୩୭୪ ଜଣ, ନବରଙ୍ଗପୁରରୁ ୨୩୯ ଜଣ, ନୟାଗଡ଼ରୁ ୨୮୦ ଜଣ, ନୂଆପଡ଼ାରୁ ୩୦୭ ଜଣ, ପୁରୀରୁ ୩୮୮ ଜଣ, ରାୟଗଡ଼ାରୁ ୧୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୫୫୩ ଜଣ, ସୋନପୁରରୁ ୨୧୪ ଜଣ, ସୁନ୍ଦରଗଡ଼ରୁ ୧୨୦୯ ଜଣ ଓ ଷ୍ଟେଟ୍ ପୁଲରୁ ୨୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.