ରାଜ୍ୟରେ ୨୪ ଘଂଟାରେ କରୋନାରେ ୨୧ ଜଣଙ୍କର ମୃତ୍ୟୁ

0 65

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୨୧ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୨୯୪ ହୋଇ ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୪ଜଣ କରୋନାରେ ଜୀବନ ହାରିଛନ୍ତି । ସେହିପରି ଅନୁଗୋଳରୁ ୩ଜଣ, କେନ୍ଦ୍ରାପଡା, ପୁରୀ କଳାହାଣ୍ଡି, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨-୨ ଜଣ, ବୌଦ୍ଧ, ଗଜପତି, ନୂଆପଡା, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । 

Leave A Reply

Your email address will not be published.