କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ :ଡୋର୍ ଟୁ ଡୋର୍ ଟେଷ୍ଟିଂ ଉପରେ ଫୋକସ୍

70

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀ ସାମିଲ ଥିଲେ । ଏହି ଅବସରରେ ଘରେ ଘରେ ଯାଇ ସର୍ଭେ ଏବଂ ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭେଣ୍ଟିଲେଟର ବ୍ୟବହାର ହେଉନଥିବା ନେଇ ମୋଦୀ କ୍ଷୋଭ ମଧ୍ୟ ପ୍ରକାଶ କରୁଛନ୍ତି । ଦେଶରେ କରୋନା ସ୍ଥିତି ଏବଂ ଟିକାକରଣ ସମ୍ବନ୍ଧରେ ସମୀକ୍ଷା ପାଇଁ ଏହି ବୈଠକ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଦେଶରେ ମାର୍ଚ୍ଚ ପରଠୁ ପ୍ରତି ସପ୍ତାହରେ ୫୦ଲକ୍ଷ ଟେଷ୍ଟିଂ ଏବଂ ଏବେ ସପ୍ତାହକୁ ୧.୩ କୋଟି ଟେଷ୍ଟିଂ ହେଉଥିବା ଅଧିକାରୀମାନେ ମୋଦୀଙ୍କୁ କହିଛନ୍ତି । ଦେଶରେ ସଂକ୍ରମିତ ହାର କମୁଥିବାବେଳେ ଏଥିରେ କେନ୍ଦ୍ର, ରାଜ୍ୟ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ଅଧିକାରୀମାନେ କହିଛନ୍ତି । ବୈଠକରେ ରାଜ୍ୟ ଏବଂ ଜିଲ୍ଲାର କୋଭିଡ ସ୍ଥିତି, ଟେଷ୍ଟିଂ, ଅକ୍ସିଜେନ୍ ଉପଲବ୍ଧତା ଉପରେ ଚର୍ଚ୍ଚା ହୋଇଛି ।

ଆରଟି ପିସିଆର ଏବଂ ଆଣ୍ଟିଜେନ୍ ଟେଷ୍ଟିଂ ମାଧ୍ୟମରେ ସମ୍ବେଦନଶୀଳ କ୍ଷେତ୍ରରେ ପରୀକ୍ଷଣ ବଢ଼ାଇବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟଗୁଡ଼ିକ କୌଣସି ପ୍ରକାର ପ୍ରତିକୂଳ ଚାପ ଦର୍ଶାଇବା ବିନା ନିଜ ସଂଖ୍ୟାର ରିପୋର୍ଟ ଦେଖାଇବାରେ ପାରଦର୍ଶିତା ଦେଖାଇବା ପାଇଁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଥିବା ମୋଦୀ କହିଛନ୍ତି । ଗ୍ରାମାଞ୍ଚଳରେ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଚିକିତ୍ସା ସମ୍ବନ୍ଧୀୟ ଉପକରଣ ସଂଖ୍ୟା ବଢ଼ାଇବାକୁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକୀୟ ଉପକରଣ ସହ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଶକ୍ତ କରିବାକୁ କହିବା ସହ ଗ୍ରାମୀଣ ଅଞ୍ଚଳରେ ଆଇସୋଲେସନ୍ ସହିତ ସରଳ ଭାଷାରେ ସୂଚନା ଉପଲବ୍ଧ କରାଇବା ବ୍ୟବସ୍ଥା କରିବାକୁ କହିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି,ଗ୍ରାମାଞ୍ଚଳରେ ଅକ୍ସିଜେନ୍ ଯୋଗାଣ ବଢ଼ାଇବା ପାଇଁ ବିତରଣ ଯୋଜନା ପ୍ରସ୍ତୁତ କରାଯାଉ । ଯେଉଁଥିରେ ଅକ୍ସିଜେନ କନ୍ସେନ୍ଟ୍ରେଟର ସାମିଲ ରହିବା ଆବଶ୍ୟକ । ଏଭଳି ଉପକରଣ ସବୁର ପରିଚାଳନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସଠିକ୍ ପ୍ରଶିକ୍ଷଣ ଦେବା ସହ ଏହି ସବୁ ସ୍ଥାନରେ ବିଜୁଳି ଯୋଗାଣ ଉପରେ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କିଛି ରାଜ୍ୟରେ ଭେଣ୍ଟିଲେଟର ବ୍ୟବହାର ହେଉନଥିବା ରିପୋର୍ଟକୁ ଗମ୍ଭୀରତାର ସହ ନେଇ ମୋଦୀ ତାଗିଦ୍ କରିଛନ୍ତି । କେନ୍ଦ୍ର ଦେଉଥିବା ଭେଣ୍ଟିଲେଟର ସ୍ଥାପନା ସହ ସଂ·ଳନ ଉପରେ ଗୁରୁତ୍ୱ ଦେବା ଦରକାର । ଆବଶ୍ୟକ ସ୍ଥଳେ ଏହି ସବୁ ମେସିନ୍ ଚଳାଇବା ପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଛି । ଏହାସହ ଭ୍ୟାକ୍ସିନ୍ ଉପଲବ୍ଧତା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Comments are closed.