ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ତିନି ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ

0 65

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅପରାହ୍ନରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି । ଆଜ୍ଞାମାଳ ଅପରାହ୍ନ ୩ଟା ୪୦ରେ ପହଂଚିବା ପରେ ତିନି ରଥର ମୁଖ୍ୟ ମହାରଣା ଏହି ଆଜ୍ଞାମାଳକୁ ଗ୍ରହଣ କରିଥିଲେ । ପରେ ପରେ ଶ୍ରୋତିୟ ବ୍ରାହ୍ମଣ ମାନେ ପଚଂବିଧି ଉପଚାରରେ ତିନି ରଥ ପାଇଁ ଉଦ୍ଦିଷ୍ଟ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ତିନି ରଥର ମହାରଣା ସୁନା ଓ ରୂପା କୁରାଢ଼ୀରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଆସନ୍ତାକାଲିଠାରୁ ରଥ ଖଳାରେ ରଥ ନିର୍ମାଣରେ ବିଶ୍ୱକର୍ମା ମହାରଣା ମାନେ ନିୟୋଜିତ ହେବେ । କୋଭିଡ଼୍ କଟକଣାକୁ ଅନୁପାଳନ କରି ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । 

Leave A Reply

Your email address will not be published.