ସାପ୍ତାହିକ ପଜିଟିଭ ହାର ୧୮.୧୭କୁ ହ୍ରାସ ପାଇଲା

Haryana, March 12 (ANI): A health worker collects a swab sample for the COVID-19 RT-PCR test at Civil Hospital, in Gurugram on Friday. (ANI Photo)
0 67

-ଏକ ଉତ୍ସାହପ୍ରଦ ଘଟଣାକ୍ରମରେ ଭାରତରେ ପଞ୍ଜିକୃତ ନୂଆ କୋଭିଡ ମାମଲା ୨୬ ଦିନ ପରେ ଏବେ ୩ ଲକ୍ଷରୁ କମ ରହିଛି

-ଗତ ୨୪ ଘଂଟାରେ ୨,୮୧,୩୮୬ ନୂଆ ମାମଲା ପଞ୍ଜିକୃତ ହୋଇଛି 

ନୂଆଦିଲ୍ଲୀ : ସାପ୍ତାହିକ ପଜିଟିଭ ହାରରେ ହ୍ରାସ ପରିଲକ୍ଷିତ ହୋଇ ଆଜି ୧୮.୧୭ ପ୍ରତିଶତ ରହିଥିବା ପ୍ରଦର୍ଶିତ ହୋଇଛି । ଗତ ୨୪ ଘଂଟାରେ ୧୫,୭୩,୫୧୫ ଦୈନିକ ପରୀକ୍ଷଣ ଓ ସମୁଦାୟ ୩୧,୬୪,୨୩,୬୫୮ ପରୀକ୍ଷଣ ହୋଇଛି । ଅଧିକ ପଜିଟିଭ ହାରଥିବା ରାଜ୍ୟୱାରି ଜିଲ୍ଲା ନିମ୍ନରେ ପ୍ରଦର୍ଶିତ ହୋଇଛି । ଏଥିରେ ୨୦ ପ୍ରତିଶତରୁ ଅଧିକ ପଜିଟିଭ ହାରଥିବା କର୍ଣ୍ଣାଟକର ସର୍ବାଧିକ (୨୭) ଜିଲ୍ଲା ଓ ୧୦ ପ୍ରତିଶତରୁ ଅଧିକ ପଜିଟିଭ ହାର ଥିବା ମଧ୍ୟପ୍ରଦେଶର ସର୍ବାଧିକ (୩୮) ଜିଲ୍ଲା ପ୍ରଦର୍ଶିତ ହୋଇଛି ।

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨,୧୧,୭୪,୦୭୬ରେ ପହଂଚିଛି । ଜାତୀୟ ଆରୋଗ୍ୟ ହାର ୮୪.୮୧ ପ୍ରତିଶତ ରହିଛି ।ଗତ ୨୪ ଘଂଟାରେ ୩,୭୮,୭୪୧ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି ।ଏହାସହିତ, ୨୪ ଘଂଟାରେ ସୁସ୍ଥ ସଂଖ୍ୟା ଗତ ସାତ ଦିନରେ ଷଷ୍ଠ ଥର ପାଇଁ ଓ ଲଗାତର ଚାରି ଦିନ ଧରି ନୂଆ କୋଭିଡ ମାମଲା ଠାରୁ ଅଧିକ ରହିଛି ।

ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶରେ ଆଜି ସୁଦ୍ଧା ପ୍ରାୟ ୧୮.୩୦କୋଟି କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି ।ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୬୮,୮୯୫ ସେସନରେ ସମୁଦାୟ ୧୮,୨୯,୨୬,୪୬୦ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୪୫,୬୯୫ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୪୩,୬୬୧ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୪,୪୪, ୦୯୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୧,୯୬,୦୫୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୪ ବୟସ ବର୍ଗର ୫୨,୬୪,୦୭୩ ହିତାଧିକାରୀ (ପ୍ରଥମ ଡୋଜ), ୫,୭୨,୭୮,୫୫୪ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୯୧,୦୭, ୩୧୧ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୫,୧୫,୩୫୨ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୮,୦୧,୮୯୧ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି 

Leave A Reply

Your email address will not be published.