ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ୨୨ ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ବଢି ୨୩୫୭ ହେଲା

74

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କରୋନାରେ ୨୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୨୩୫୭ ହୋଇ ଯାଇଛି । 

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟ ଅନୁସାରେ ଗତ ୨୪ ଘଂଟା ଭିତରେ ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି । ଅପରପକ୍ଷରେ ଗଜପତି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ଜଣଙ୍କ ମୃତ୍ୟୁ ଘଟିଛି ।

Comments are closed.